ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ : ପାଣି ମୁନ୍ଦାଏ ପାଇଁ ହେଉଛନ୍ତି ବୋରିଗୁମ୍ମାବାସୀ

ଅର୍ଗସ ବ୍ୟୁରୋ : ସକାଳ ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା । ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ବୋରିଗୁମ୍ମା ବାମୁଣିଆ ଗୁଡା ଗ୍ରାମର ଗାଁ ଲୋକେ । ଗାଁରେ ରୁହନ୍ତି ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର । ଗାଁର ମହିଳା ମାନେ ଗରା ମାଠିଆ ଧରି ବାହାରି ପଡ଼ନ୍ତି ପଡୋଶୀ ଡ଼ାବା ଗାଁକୁ ପ୍ରାୟ ତିନି କିଲୋମିଟର ରାସ୍ତା ଗଲା ପରେ ପାଣି ଆଣନ୍ତି ।
ସେପଟେ ପୁରୁଷ ମାନେ ବି ବାଇକରେ ଡ୍ରମ ବାନ୍ଧି ପାଣି ଆଣନ୍ତି । ଦିନର ଗୋଟିଏ ଓଳି ପାଣି ବୁହାରେ ସମୟ କୋଟିଯାଏ । ଆଉ ଦିନ ମଜୁରିଆ କାମକୁ ଯିବାକୁ ସମୟ ପାଆନ୍ତି ନାହିଁ । ଗାଁରେ ରହୁଥିବା ବୃଦ୍ଧ ଲୋକ ମାନେ ଗାଁରେ ରହିଥିବା ପରିତ୍ୟକ୍ତ କୂଅରୁ କିମ୍ବା ନିକଟସ୍ଥ କେନାଲର ପାଣି ବ୍ୟବହାର କରନ୍ତି ।
📱 Get Argus News App
✨ଗ୍ରାମବାସୀ ଜଳ ସମସ୍ୟା ନେଇ ବିଡ଼ିଓ, ଜିଲ୍ଲାପାଳ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି କରି ଥକିଗଲେଣି । କିନ୍ତୁ ସମାଧାନ ହୋଇ ପାରୁ ନାହିଁ । ଲୋକେ ଖରା ଦିନ ଆସିଲା ପାଣି ପାଇଁ ହାହାକାର ହୁଅନ୍ତି । ନିର୍ବାଚନ ପୂର୍ବରୁ ସରପଞ୍ଚ ହୁଅନ୍ତୁ କି ବିଧାୟକ ଭୋଟ ପାଇଁ ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ସୀମିତ ରହିଯାଏ । ତିନି କିଲୋମିଟର ଚାଲିଲେ ମେଣ୍ଟୁଛି ଶୋଷ । କେବେ ହାତ ପାଆନ୍ତାରେ ମିଳିବ ପାଣି ତାକୁ ଅପେକ୍ଷା ।