Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sanchita Mohanty / ବରିଷ୍ଠ ବିଜେପି ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବରିଷ୍ଠ ବିଜେପି ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ
Odisha BJP Mourns: Senior Leader Sanchita Mohanty No More

Key Points

କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଭୁବନେଶ୍ଵର ଏମ୍ସରେ ଆଖି ବୁଜିଛନ୍ତି । ଶୁକ୍ରବାର ସକାଳେ ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ ହୋଇଛି ।
ଯାଜପୁର: ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଭୁବନେଶ୍ଵର ଏମ୍ସରେ ଆଖି ବୁଜିଛନ୍ତି । ଶୁକ୍ରବାର ସକାଳେ ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ ହୋଇଛି । ସଞ୍ଚିତାଙ୍କ ମୃତ୍ୟୁକୁ ନେଇ ଯାଜପୁର ଓ କୋରେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସଞ୍ଚିତା ମହାନ୍ତି କୋରେଇର ବିଧାୟିକା ଥିଲା । ଯାଜପୁରରେ ବିଜେପିର ଅଭିବୃଦ୍ଧି ପଛରେ ଥିଲା ସଞ୍ଚିତା ମହାନ୍ତିଙ୍କ ପ୍ରମୁଖ ଭୂମିକା । ଏବେ ସଞ୍ଚିତାଙ୍କ ପରଲୋକ କେବଳ କୋରେଇ କିମ୍ବା ଯାଜପୁର ପାଇଁ ନୁହେଁ ବରଂ ବିଜେପି ପାଇଁ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଦିନକୁ ଦିନ ଖସୁଛି ବାୟୁର ମାନ

ସଞ୍ଚିତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ Xରେ ଲେଖିଛନ୍ତି, "କୋରେଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା ଆମ ଦଳର ବରିଷ୍ଠ ନେତ୍ରୀ ସଞ୍ଚିତା ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଞ୍ଚିତା ଅପାଙ୍କୁ ମୁଁ ଛାତ୍ର ସଂଗଠନରେ କାର୍ଯ୍ୟ କରୁଥିବା ସମୟରୁ ଜାଣିଛି । ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଥିଲା ଅତୁଳନୀୟ ଏବଂ ସେ ସବୁବେଳେ ନିଜକୁ ସମାଜ ସେବା କାର୍ଯ୍ୟରେ ନିୟୋଜିତ କରୁଥିଲେ ।"

ଜଣେ ଦକ୍ଷ ଜନପ୍ରତିନିଧି ଭାବେ ତାଙ୍କର ନିଷ୍ଠା ଓ କାର୍ଯ୍ୟ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଞ୍ଚିତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି ପ୍ରଦାନ ସହିତ ଶୋକସନ୍ତପ୍ତ ପରିବାର ଓ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସଞ୍ଚିତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ. ବାଚସ୍ପତି ସୁରମା ପାଢୀ, ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଶେଷ ଦର୍ଶନ କରିଛନ୍ତି ।


ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କୋରେଇ ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି । କୋରେଇ ବାସୀଙ୍କ ପାଇଁ ଅପା ନାହାନ୍ତି, ଜଗନାଥ ସଂସ୍କୃତିର ପ୍ରଚାର ପ୍ରସାରର ଗୁରୁ ଦାୟିତ୍ୱ ସେ ନେଇଥିଲେ । ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ପତିକ୍ରିୟାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଓ ପ୍ରଫୁଲ୍ଲ ଘଡ଼େଇ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP Leader Sanchita Mohanty’s Demise Shocks Odisha | Argus News | Argus News