Videos
|
Odisha

Kotia Border Dispute / ପୁଣିଥରେ କୋଟିଆରେ ମୁହାଁମୁହିଁ ହେବେ କି ଆନ୍ଧ୍ର-ଓଡ଼ିଶା ? ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର କରୁଛି ପ୍ଲାନ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପୁଣିଥରେ କୋଟିଆରେ ମୁହାଁମୁହିଁ ହେବେ କି ଆନ୍ଧ୍ର-ଓଡ଼ିଶା ? ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର କରୁଛି ପ୍ଲାନ୍
Kotia Dispute

Key Points

କୋଟିଆକୁ ନେଇ ଆନ୍ଧ୍ରର ବଡ଼ ପ୍ଲାନ୍
ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଷଡ଼ଯନ୍ତ୍ର?
ସଜାଗ ଓଡ଼ିଶା ପ୍ରଶାସନ


ଜିଲ୍ଲା ପରିଷଦ ନିର୍ବାଚନରେ ଫେଲ୍ ମାରିଲା ଆନ୍ଧ୍ର ପ୍ଲାନ୍ । ପୋଲିସ ପ୍ରଶାସନର ଦୃଢ ବିରୋଧ ଯୋଗୁଁ ନେରେଡିବାଲସାରେ ବୁଥ୍ କରିପାରିଲାନି ଆନ୍ଧ୍ର । ଏବେ କିନ୍ତୁ କୋଟିଆରେ ପଂଚାୟତ ନିର୍ବାଚନ କରାଇବା ପାଇଁ ଆନ୍ଧ୍ର କରୁଛି ବଡ଼ ଷଡଯନ୍ତ୍ର । ନଭେମ୍ବର ୨୬, ୨୮ ଓ ଡିସେମ୍ବର ୨ରେ ଆନ୍ଧ୍ରର ପଂଚାୟତ ନିର୍ବାଚନ । ୨୦୨୧ରେ କୋଟିଆର ଗଂଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ନିର୍ବାଚନ କରିଥିଲା । ଏଥର ବି ସେହି ଯୋଜନା କରୁଛି ଆନ୍ଧ୍ର ପ୍ରଦେଶ । ବର୍ତ୍ତମାନ ସୁଦ୍ଧା ବୁଥ୍ ଲିଷ୍ଟ ଘୋଷଣା ହୋଇନାହିଁ । ଏପଟେ କିନ୍ତୁ ପୁରା ସଜାଗ କୋରାପୁଟ ପୋଲିସ ଓ ପ୍ରଶାସନ ।

ଅର୍ଗସକୁ ଇଣ୍ଟରଭ୍ୟୁ ଦେଇ କୋରାପୁଟ ଉପଜିଲ୍ଲପାଳ କହିଛନ୍ତି ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଯଦି ଆନ୍ଧ୍ର ବୁଥ୍ କରିବାକୁ ଚେଷ୍ଟା କରେ ଦୃଢ ଜବାବ ଦିଆଯିବ । ସେପଟେ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ନେଇ ରିପୋର୍ଟ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏନେଇ ଆଇନଜୀବୀ ଅନୁପ ପାତ୍ର ଅଭିଯୋଗ କରିଥିଲେ । ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି ।

ସେପଟେ ଅର୍ଗସ ହାତରେ ଲାଗିଛି ୧୯୩୬ ମସିହାର ଏକ୍ସକ୍ଲୁସିଭ୍‌ ମ୍ୟାପ୍‌ । ଏହି ମ୍ୟାପରେ ପଟ୍ଟାଙ୍ଗି ଓ ତାଡିବାଲସା କୋରାପଟରେ ଦର୍ଶାଯାଇଛି । ସୀମା ସେପଟେ ସେତେବେଳର ମାଡ୍ରାସ । କାରଣ ଆନ୍ଧ୍ରପ୍ରଦେଶ ଗଠନ ହୋଇନଥିଲା। ପଟ୍ଟାଙ୍ଗି ଓ ତାଡିବାଲସା ମଝିରେ ହିଁ ରହିଛି କୋଟିଆ। ତେଣୁ କୋଟିଆ ଓଡ଼ିଶାରେ ବୋଲି ପ୍ରଥମରୁ ହିଁ ପ୍ରମାଣିତ ହୋଇଛି । ତେବେ ୧୯୬୮ରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି ରଖିଥିଲେ ବି ଆନ୍ଧ୍ର ଜବରଦସ୍ତି ଓଡ଼ିଶା ସୀମାରେ ପଶୁଛି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବାରମ୍ବାର ଅବମାନନା କରୁଛି ଆନ୍ଧ୍ରପ୍ରଦେଶ। ଏହା ବିରୋଧରେ ଓଡ଼ିଶା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: