Kotia Dispute / କୋଟିଆ ପାଇଁ ବସିବ ସର୍ବଦଳୀୟ ବୈଠକ, କାଲି ସବୁ ଦଳ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
·3 hours ago·2 min read

Key Points
କୋଟିଆ କଳି ତୁଟାଇବାକୁ ସରକାରଙ୍କ ଜୋରଦାର ପ୍ରୟାସ
ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଛି ଶାସକ ଦଳ
କିନ୍ତୁ ରାଜନୀତି ରୁଟି ସେକିବାକୁ ଗ୍ରାଉଣ୍ଡରେ ବିଜେଡିର ୧୬ ଜଣିଆ ଟିମ୍

କୋଟିଆ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସରକାର । ଆସନ୍ତାକାଲି ବସିବ ବୈଠକ । ହେଲେ ସମସ୍ତଙ୍କୁ ସାଙ୍ଗରେ ନେଇ ସରକାର ସମାଧାନ ପାଇଁ ଉଦ୍ୟମ କରୁଥିବା ବେଳେ, ରାଜନୀତି ଆରମ୍ଭ କରିଛି ବିଜେଡି । ଆଜି ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ବିଜେଡିର ୧୬ ଜଣିଆ ଟିମ୍ । ଯାହାକୁ ନେଇ ବିଜେଡିକୁ କଡ଼ା ଟାର୍ଗେଟ କରିଛି ବିଜେପି । ଗତ ୨୪ ବର୍ଷରେ ସରକାର କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ କୋଟିଆରୁ ଇଞ୍ଚେ ବି ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛି ଦଳ ।
କୋଟିଆର ବିବାଦର ସମାଧାନ ଲାଗି ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଆଜି ଏନେଇ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଗୋଟିଏ ପଟେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ ସର୍ବଦଳୀୟ ବୈଠକରେ ସମସ୍ତ ଦଳର ମତାମତ ନିଆଯିବ । ପଟାଙ୍ଗୀରେ ମଧ୍ୟ ସର୍ବଦଳୀୟ ବୈଠକ ହୋଇସାରିଥିବା ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ପୁଣି ତତ୍ପର ହୋଇ ଉଠିଛି ଓଡ଼ିଶା ପ୍ରଶାସନ । ଗତକାଲିଠୁ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ।
ଏପଟେ କୋଟିଆକୁ ନେଇ ରାଜନୀତି ବି ତେଜିଛି । ୨୪ ବର୍ଷ ଶାସନ କାଳରେ ଚୁପ୍ ବସିଥିବା ବିଜେଡି ଆଜି ଗ୍ରାଉଣ୍ଡ ଜିରୋକୁ ଯାଇଛି । କିନ୍ତୁ ପଦାରେ ପଡ଼ିଛି କୋଟିଆକୁ ନେଇ ବିଜେଡିର ଡବଲ ଷ୍ଟାଣ୍ଡାର୍ଡ । ବିଧାନସଭାରେ ୨୦୨୩ରେ ତତ୍କାଳୀନ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ରଖିଥିଲେ ଯେ, ଆନ୍ଧ୍ର ଅଧିକାରୀ କୋଟିଆକୁ ଅନୁପ୍ରବେଶ କରିନାହାନ୍ତି କି ଭତ୍ତା ବାଣ୍ଟିନାହାନ୍ତି ।
ସେହିପରି ପିକନିକ ବାହାନାରେ ଆନ୍ଧ୍ର ଅଧିକାରୀମାନେ ଦେଓମାଳିରେ ସ୍ଥିତି ଅନୁଧାନ କରିଥିବା ବେଳେ ବିଜେଡିର ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର କହିଥିଲେ ଦେଓମାଳି ଓଡ଼ିଶାର ରାଜସ୍ଵ କିମ୍ଭା ଜଙ୍ଗଲ ବିଭାଗର ଖତିଆନରେ ନାହିଁ । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି ବିଜେପି । କହିଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ ସମୟରେ ଏକାଧିକ ବାର କୋଟିଆ ଗସ୍ତ କରି ସେ ଅଞ୍ଚଳରେ ବିକାଶ ପାଇଁ ପଦକ୍ଷେପ ନେଇଥିଲେ । ମୋବାଇଲ ନେଟୱାର୍କ ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ଟାୱାର ସ୍ଥାପନ କରିଥିଲେ । ବିଜେଡିର ନେତାମାନେ ନ୍ୟାରେଟିଭ ତିଆରି ପାଇଁ ଚେଷ୍ଟା କରୁଛନ୍ତି । ବିଜେପି ଓଡ଼ିଶାର ଇଞ୍ଚିଏ ଜମିକୁ ଅନ୍ୟ କାହାକୁ ଅଧିକାର କରିବାକୁ ଦେବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଟିଆକୁ ନେଇ ରାଜନୀତି ଭିତରେ ଆସନ୍ତାକାଳୀୟ ସର୍ବ ଦଳୀୟ ବୈଠକରେ କଣ ନିଷ୍କର୍ସ ବାହାରୁଛି ତାଉପରେ ନଜର ।
Related Topics
Explore more stories