Kotia Border Dispute / କୋଟିଆରେ ଆନ୍ଧ୍ରକୁ ବଡ଼ ଝଟକା, ୨ ଦିନରେ ୨ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର
·1 hour ago·2 min read

Key Points
କୋଟିଆରେ ଆନ୍ଧ୍ରର ପଞ୍ଚାୟତ ପ୍ଲାନ୍ ଫେଲ୍
ଜଣଙ୍କ ପରେ ଜଣେ ପ୍ରାର୍ଥୀ ଓହରିଲେ
୨ ସରପଞ୍ଚ ପ୍ରାର୍ଥୀ ଫେରାଇଲେ ନାମାଙ୍କନ
ଜଣଙ୍କ ପରେ ଜଣେ ପ୍ରାର୍ଥୀ ଓହରିଲେ
୨ ସରପଞ୍ଚ ପ୍ରାର୍ଥୀ ଫେରାଇଲେ ନାମାଙ୍କନ
କୋଟିଆ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ପ୍ଲାନକୁ ପୁଣି ଏକ ବଡ଼ ଝଟକା ଲାଗିଛି । ଦୁଇ ଦିନରେ ଦୁଇ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଆଶା କରାଯାଉଛି । କାରଣ କୋଟିଆରେ ପୂରା ସଜାଗ ଅଛନ୍ତି କୋରାପୁଟ ପୋଲିସ ଓ ପ୍ରଶାସନ । ଜିଲ୍ଲା ପରିଷଦ ନିର୍ବାଚନ ବେଳେ ମୁହଁମୁହିଁ ହୋଇଥିଲେ ଓଡ଼ିଶା-ଆନ୍ଧ୍ର ଅଧିକାରୀ । ଓଡ଼ିଶାର ନେତା ଜନତା ବି ଏକାଠି ହେଲେ । ଆଉ ଶେଷରେ ପଛଘୁଞ୍ଚା ପାଇଁ ବାଧ୍ୟ ହେଲା ଆନ୍ଧ୍ର ପ୍ରଦେଶ । ଏବେ ପୁଣି ପଂଚାୟତ ନିର୍ବାଚନ ପାଇଁ ଆନ୍ଧ୍ରର ବଡ଼ ଷଡଯନ୍ତ୍ର ।
ଡିସେମ୍ବର ୨ ତାରିଖରେ କୋଟିଆର ଗଂଜେଇପଦର, ଫଗୁଣଚିନେରି, ପାଟ୍ଟୁଚିନେରିରରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଏଥିପାଇଁ ପ୍ରାର୍ଥୀପତ୍ର ବି ଦାଖଲ ହୋଇସାରିଛି । ତେବେ ଦୁଇ ଦିନରେ ଦୁଇ ସରପଞ୍ଚ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ଗତକାଲି ଜଣେ ନାମାଙ୍କନ ପ୍ରତ୍ୟାହାର କରିଥି୍ବା ବେଳେ, ଆଜି ଆଉ ଜଣେ ପ୍ରାର୍ଥୀ ନିଜର ନାମାଙ୍କର ପ୍ରତ୍ୟାହାର କରିଛନ୍ତି । କୋଟିଆର ଏଇ ୩ ଗାଁକୁ ପଞ୍ଚାୟତ ଘୋଷଣା କରି ନିର୍ବାଚନ କରାଉଛି ଆନ୍ଧ୍ର । ୨ ଗାଁରେ ମୋଟ ୧୨ ଜଣ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୨ ଜଣ ପ୍ରତ୍ୟାହାର କରିଛନ୍ତି । ଏ ସଂଖ୍ୟା ଆହୁରି ବଢିପାରେ ।
ସେପଟେ ଆସନ୍ତା ଡିସେମ୍ବର ୨ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ସଜାଗ ଓଡ଼ିଶା ପୋଲିସ ପ୍ରଶାସନ । କୋଟିଆର ବିଭିନ୍ନ ସ୍ଥାନରେ ପୋଲିସ ମାରୁଛି ପଇଂତରା । ସେହିଭଳି ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ବିଶାଳ କୋରାପୁଟିଆ ଲୋକ ମହୋତ୍ସବ ‘ପରବ’। କୋଟିଆର ଫାଟୁସିନେରୀ, ନେର୍ଡିୱାଲସା ଓ କୋଟିଆ ଅଞ୍ଚଳରେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories