Kotia SIR / କୋଟିଆରେ SIRକୁ ନେଇ କନ୍ଫ୍ୟୁଜନ୍, ଜଣକ ପାଖରେ ଓଡ଼ିଶା ଓ ଆନ୍ଧ୍ରର ଦୁଇଟି ଭୋଟ୍ ID
·1 hour ago·2 min read

Key Points
କୋଟିଆରେ SIRକୁ ନେଇ କନ୍ଫ୍ୟୁଜନ୍
ଜଣଙ୍କ ପାଖରେ ଦୁଇ ରାଜ୍ୟର ଭୋଟ ପରିଚୟ ପତ୍ର କେମିତି
କାହାର ରହିବ, କାହାର କଟିବ ଓଡ଼ିଶାର ନା ଆନ୍ଧ୍ରର

କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ। କୋଟିଆବାସୀଙ୍କ ପାଖରେ ରହିଛି ଦୁଇ ରାଜ୍ୟର ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ। ଜଣେ ବ୍ୟକ୍ତିଙ୍କ ପାଖରେ ଦୁଇଟି ରାଜ୍ୟର ପରିଚୟ ପତ୍ର କିପରି ରହିଲା, ତାହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଓଡ଼ିଶାର ଭୋଟରଙ୍କୁ ନିଜ ପଟକୁ ନେବା ପାଇଁ ଆନ୍ଧ୍ରପ୍ରଦେଶ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଭୋଟରଙ୍କ ନାଁ, ଗାଁ ଓ ଜିଲ୍ଲା ପରିବର୍ତ୍ତନ କରି ଆଧାର ଓ ଭୋଟର କାର୍ଡ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ଆସିଛି।
ଜିଲ୍ଲା ପରିଷଦ ନିର୍ବାଚନ ବେଳେ ମୁହାଁମୁହିଁ ହୋଇଥିଲେ ଓଡ଼ିଶା-ଆନ୍ଧ୍ର ଅଧିକାରୀ । ଓଡ଼ିଶାର ନେରେଡିବାଲସାରେ ବୁଥ୍ କରିବାର ଚକ୍ରାନ୍ତ ଫସର ଫାଟିବା ପରେ ପଛଘୁଞ୍ଚା ଦେଇଥିଲା ଆନ୍ଧ୍ର । ଏବେ ପ୍ରଶ୍ନ ଏସଆଇଆର ପରେ ବି କୋଟିଆ ଭୋଟରଙ୍କ ପାଖରେ ଓଡ଼ିଶା ଓ ଆନ୍ଧ୍ରର ଭୋଟ ପ୍ରମାଣ ପତ୍ର କେମିତି । ଅଭିଯୋଗ ଅନୁସାରେ କୋଟିଆ ଭୋଟରଙ୍କୁ ହାତେଇବା ପାଇଁ ଆନ୍ଧ୍ର କରୁଛି ସାଂଘାତିକ ଷଡଯନ୍ତ୍ର । ବଦଳାଇ ଦେଉଛି ଭୋଟରଙ୍କ ନାଁ, ଗାଁ ଓ ଜିଲ୍ଲା । ଓଡ଼ିଶା ବଦଳରେ ରାଜ୍ୟ ହେଇଯାଉଛି ଆନ୍ଧ୍ରପ୍ରଦେଶ ।
ଯାହାକୁ ନେଇ ଚିନ୍ତା ବଢୁଛି। ଏପେଟ କୋରାପୁଟ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି କୋଟିଆରେ ଶହେ ପ୍ରତିଶତ ଏସଆଇଆର ସରିଛି। କୋଟିଏ ପଞ୍ଚାୟତର ୨୮ଟି ଗାଁରେ ମୋଟ ୫ ହଜାର ୩୦୫ ଜଣ ଭୋଟରଙ୍କୁ ନେଇ ସର୍ଭେ କରାଯାଇଛି। କୋଟିଆବାସୀଙ୍କ ପାଖରେ ରହିଥିବା ଦୁଇଟି ଆଧାର କାର୍ଡ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯିବ । ତେବେ କୋଟିଆବାସୀଙ୍କ ଦୁଇ ଆଧାର କାର୍ଡ ଓ ଦୁଇ ଭୋଟ ପରିଚୟ ପତ୍ରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ ।
ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନ ସରିଛି । ହେଲେ ନଭେମ୍ବର ଶେଷ ସପ୍ତାହରେ ପଂଚାୟତ ନିର୍ବାଚନ । ଆନ୍ଧ୍ର ପୁଣି ପଶି ୨୦୨୧ ଭଳି ନିର୍ବାଚନ କରାଇବାକୁ ଉଦ୍ୟମ କଲେ ଓଡ଼ିଶା ତା'ର ଜବାବ ଦେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories