Videos
|
Odisha

Forest Ranger Arrested / କୋଟିପତି ରେଞ୍ଜର ଗିରଫ, ଗତକାଲି ୨ ଟି କୋଠା, ୬ଟି ଦାମୀ ପ୍ଲଟ୍ ଓ ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ

Bikash Mohanty
Browse all articles by Bikash Mohanty
·2 weeks ago·2 min read
କୋଟିପତି ରେଞ୍ଜର ଗିରଫ, ଗତକାଲି ୨ ଟି କୋଠା, ୬ଟି ଦାମୀ ପ୍ଲଟ୍ ଓ ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ
Rabindra Nayak

Key Points

କୋଟିପତି ରେଞ୍ଜର ରବିନ୍ଦ୍ର ନାୟକ ଗିରଫ
ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ଗିରଫ କଲା ଭିଜିଲାନ୍ସ
ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରବିନ୍ଦ୍ର
୨ ଟି କୋଠା, ୬ଟି ଦାମି ପ୍ଲଟ୍, ଅଧ କେଜିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର
ନଗଦ ୧ଳକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ


କେନ୍ଦ୍ରାପଡ଼ା,୦୯/୦୭: ଗିରଫ ହେଲେ କେନ୍ଦ୍ରାପଡା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ। ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ଗିରଫ କଲା କଟକ ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଥିବା ନେଇ ପୂର୍ବରୁ ରବୀନ୍ଦ୍ରଙ୍କ ନାମରେ ଅଭିଯୋଗ ହୋଇଥିଲା। ଯାହାକୁ ଭିତ୍ତି କରି ଗତକାଲି ରବୀନ୍ଦ୍ରଙ୍କ  ଅଫିସ, ପୈତୃକ ଘର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉରେ ରବୀନ୍ଦ୍ରଙ୍କର ୨ ଟି କୋଠା, ୬ଟି ଦାମୀ ପ୍ଲଟ୍, ଅଧ କେଜିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଓ ନଗଦ ୧ଳକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୫ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୪ଟି ସ୍ଥାନରେ ଏହି ଚଢ଼ାଉ କରିଥିଲେ।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର: ୪ ମହଲା କୋଠା, ପୈତୃକ ଘର ଓ ଅଫିସରେ ଛାନ୍‌ଭିନ୍‌

ଭିଜିଲାନ୍ସ ସୂଚନା ଅନୁଯାୟୀ, ଶ୍ରୀ ନାୟକ ୧୯୮୮, ଅଗଷ୍ଟ ୮ତାରିଖରେ ରିହାବିଲ୍‌ଲ୍ଟେସନ୍ (ଥଇଥାନ) ଯୋଜନାରେ ଫରେଷ୍ଟର ଭାବେ ମାତ୍ର ୧ ହଜାର ଟଙ୍କା ମାସିକ ଦରମାରେ ଚାକିରି ଆରମ୍ଭକରିଥିଲେ । ୨୦୨୧ ମସିହାରେ ସେ ରେଞ୍ଜର୍ ପଦବିକୁ ପଦୋନ୍ନତି ପାଇଥିଲେ। ଭିଜିଲାନ୍ସ ଆଜି ତାଙ୍କ ପୈତୃକ ଗାଁ ବାଙ୍କୀ ସାହାରପଡ଼ା, ମୁଣ୍ଡଳିସ୍ଥିତ ବାସଭବନ, କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ଅଫିସ୍ କ୍ୱାର୍ଟର୍ସ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। କଟକ ଜିଲ୍ଲା ବାରଙ୍ଗ ଥାନା ମୁଣ୍ଡଳିରେ ୭୦୩୮ ବର୍ଗଫୁଟ ଜମିରେ ତାଙ୍କର ଏକ ୪ମହଲା କୋଠା ଏବଂ ପୈତୃକ ଗାଁ ବାଙ୍କୀ ସାହାରାପଡ଼ାରେ ଆଉ ଏକ କୋଠା ରହିଛି। ବାରଙ୍ଗ ବାରଙ୍ଗରେ ୬ଟି ମୂଲ୍ୟବାନ ଜମି ମଧ୍ୟ ରହିଛି, ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବେ ବୋଲି ଭିଜିଲାନ୍ସ ଆକଳନ କରିଛି।

ସେହିପରି ରବିନ୍ଦ୍ରଙ୍କର ବିଭିନ୍ନ ବ୍ୟାଙ୍କରେ ୭୩.୫୯ ଲକ୍ଷ ଟଙ୍କା ଜମାରାଶି, ୨୮୩ ଗ୍ରାମ୍ ସୁନା ଏବଂ ୫୧୧ ଗ୍ରାମ୍ ରୁପା ଅଳଙ୍କାର ଠାବ କରାଯାଇଛି। ଘରେ ୧୮ ଲକ୍ଷ ଟଙ୍କାର ସୌଖିନ ସୌଖିନ ଜିନିଷପତ୍ର, ଗୋଟିଏ କାର୍ ଓ ଦୁଇଟି ବାଇକ୍ ରହିଛି। ଚାକିରିକାଳ ମଧ୍ୟରେ ସେ ବାଲୁଗାଁ, ଚନ୍ଦକା, ଭୁବନେଶ୍ଵର ଶ୍ବର, ମହାନଦୀ, ନୟାଗଡ଼ ବନଖଣ୍ଡ ଆଦି କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି| ଏହି ସମୟ ମଧ୍ୟରେ ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତା କିଭଳି ଠୁଳ କରିଥିଲେ ତାହାର ଯାଞ୍ଚ ଭିଜିଲାନ୍ସ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Forest Ranger Arrested After Vigilance Seizes Houses, Plots & Gold | Argus News