Videos
|
Odisha

କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି !

Manini Pattanayak
Browse all articles by Manini Pattanayak
·2 years ago
କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି !

ନୂଆଦିଲ୍ଲୀ: କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ସରକାର ଗଠନ କରିବାକୁ ଘୋଷଣା କରିଛି। ସଂସଦରେ ନେପାଳୀ କଂଗ୍ରେସର ସର୍ବାଧିକ ୮୯ଟି ସିଟ ରହିଛି। 

ଗତ ସପ୍ତାହରେ, ନେପାଳୀ କଂଗ୍ରେସ ସହିତ ଶାସନ କ୍ଷମତା ବଣ୍ଟନ ଚୁକ୍ତି ସ୍ବାକ୍ଷର କରିବା ପରେ ଓଲି ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ।ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିସାରିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
KP Sharma Oli stakes claim to become Nepal Prime Minister | Argus News