Videos
|
Odisha

 କଳାଧନ ରିପୋର୍ଟରେ କୁବେର ବାବୁଙ୍କ ସମ୍ପତ୍ତି ତଥ୍ୟ 

Manini Pattanayak
Browse all articles by Manini Pattanayak
·2 years ago·2 min read
 କଳାଧନ ରିପୋର୍ଟରେ କୁବେର ବାବୁଙ୍କ ସମ୍ପତ୍ତି ତଥ୍ୟ 

ଭୁବନେଶ୍ୱର:  ଗତ ପ୍ରାୟ ମାସକ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର 11ରୁ ଅଧିକ ଅଫିସର। ଏମାନଙ୍କର ସମ୍ପତ୍ତି ଦେଖି ଲୋକେ କାବା ହୋଇଛନ୍ତି। ବିଜିଲାନ୍ସ ପରେ ଏମାନଙ୍କ ମାମଲାରେ ଇଡି କରିପାରେ ଖୋଳତାଡ଼। କାରଣ ବିଜେଡି ଶାସନ କାଳରେ ଏମାନେ ସାଜିଥିଲେ କଳାଧନର କୁବେର। ତେବେ ଏମାନେ ତ କେବଳ ମୋହରା ଥିଲେ, ଅଭିଯୋଗ ଅନୁସାରେ ଏମାନଙ୍କ ମାଧ୍ୟମ ଦେଇ ସାରା ରାଜ୍ୟରୁ ସଂଗ୍ରହ ହେଉଥିବା ପିସି, ଏମାନଙ୍କ ବସ୍ ବିବି-ପାଣ୍ଡିଆନ୍-କୁଟ୍ଟେ-ଆଶିଷ ସିଂହଙ୍କ ପାଖକୁ ଯାଉଥିଲା। ଏ ସବୁ ବଡ଼ ବିଜେଡି ନେତା ଓ ଅଫିସର ତଦନ୍ତ ପରିସରକୁ ଆସିବେ ନା ନାହିଁ, ତାହା ବଡ଼ ପ୍ରଶ୍ନ। 

ଆସନ୍ତା 28 ତାରିଖରେ କଟକରେ ନବମ କଳାଧନ ରିପୋର୍ଟ ପ୍ରସ୍ତୁତି ବୈଠକ ବସିବାକୁ ଯାଉଛି। କଳାଧନ ସଂପର୍କିତ ଏସଆଇଟି ବୈଠକରେ ଯୋଗଦେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଲ ନବୀନ । ତାଙ୍କ ତିନିଦିନିଆ ଓଡିଶା ଗସ୍ତ କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ଇଡି ଅଧିକାରୀଙ୍କ ସହ କଳାଧନ ସମ୍ପର୍କରେ ହୋଇପାରେ ବଡ଼ ଆଲୋଚନା। ଚର୍ଚ୍ଚା ହେଉଛି ଚିଟଫଣ୍ଡ ଭଳି କିଛି ପୁରୁଣା ଫାଇଲ ଖୋଲିବା ସହ ଇଡି ଆଉ କିଛି ନୂଆ ଦୁର୍ନୀତିର ପେଡି ଖୋଲି ପାରେ। ତା ସହିତ ଦୁର୍ନିତୀରେ ଭିଜିଲାନସ ଜାଲରେ ଫଶିଥିବା କୁବେର ବାବୁମାନଙ୍କ ସଂପର୍କରେ ବି ତଥ୍ୟ ନେଇପାରେ ଇଡି। ପୂର୍ବରୁ ଏଇ ପିସି ମାଫିଆଙ୍କ ସଂପର୍କରେ ତଥ୍ୟ ମାଗିଛି ଏସଆଇଟି।  

ଏଇ କିଛି ଦିନ ମଧ୍ୟରେ 11 କୁବେର ବାବୁଙ୍କୁ ଧରିଛି ଭିଜିଲାନସ। ସେମାନଙ୍କଠାରୁ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଛି। ତେବେ ଅଭିଯୋଗ ହୋଇଛି ପୂର୍ବ ସରକାରରେ ଦୁର୍ନିତୀର ଏମାନେ କେବଳ ମୋହରା। ରାଜ୍ୟ ବାହାରର ଠିକାଦାରଙ୍କୁ କାମ ଦେଇ କୋଟି କୋଟି ଟଙ୍କାର ପିସି ନେଉଥିଲେ ଏଇ ବାବୁ ମାନେ। ଆଉ ଚାନ୍ଦାର ସିଂହ ଭାବ ବିଜେଡି ସରକାରର ତୃତୀୟ ମହଲାକୁ ଯାଉଥିବାର ହୋଇଛି ଅଭିଯୋଗ। ଟଙ୍କା ସିଧାସଳଖ ବବି-ପାଣ୍ଡିଆନ-କୁଟ୍ଟେ ଓ ଆଶିଷ ସିଂହଙ୍କ ପାଖକୁ ଯାଉଥିଲା, ସେମାନେ ନିଜ ପକେଟ୍ ଗରମ କରୁଥିଲେ ଆଉ କିଛି ବିଜେଡି ପାର୍ଟି ଫଣ୍ଡକୁ ଯାଉଥିଲା। ବଡ଼ ପ୍ରଶ୍ନ କୁବେର ବାବୁମାନଙ୍କ ବସମାନେ ଆସିବେ କି ତଦନ୍ତ ପରିସରକୁ। 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରେ ଜଷ୍ଟିସ ଏମ ବି ଶାହଙ୍କ ଅଧ୍ୟକ୍ଷତାରେ କଳାଧନ ସଂପର୍କିତ ଏସଆଇଟି ଗଠନ ହୋଇଥିଲା। ଯାହାର ଉପାଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତା 28 ରେ ବସିବାକୁ ଥିବା ନବମ ଏସ ଆଇ ଟି ବୈଠକ ରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ଆୟକର ବିଭାଗ, ସିବିଆଇ, କଷ୍ଟମ, କ୍ରାଇମବ୍ରାଞ୍ଚ, ଓଡ଼ିଶା ପୋଲିସ୍, ଅବକାରୀ, ଭିଜିଲାନ୍ସ, ଇଓଡବ୍ଲୁ ଭଳି କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ.. 15 ଦିନ ଭିତରେ ଏହି ରିପୋର୍ଟ ସୁପ୍ରିମ କୋର୍ଟ ଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର