Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତାରଣା ପରେ ଜେଲ୍‌ରେ ଥାନା ବାବୁ, ପୀଡ଼ିତା ହୋମଗାର୍ଡଙ୍କୁ ପୁଣି କିଏ ଦେଉଛି ଧମକ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପ୍ରତାରଣା ପରେ ଜେଲ୍‌ରେ ଥାନା ବାବୁ, ପୀଡ଼ିତା ହୋମଗାର୍ଡଙ୍କୁ ପୁଣି କିଏ ଦେଉଛି ଧମକ ?

Key Points

ଗଣମାଧ୍ୟମରେ ମୁହଁ ଖୋଲି ପୀଡ଼ିତା କହିଛନ୍ତି, ତାଙ୍କୁ ଡିଆଇବିର ଷ୍ଟାଫ୍ କୁଆଡ଼େ ରଫାଦଫା କରିବା ଲାଗି ଚାପ ପକାଉଛନ୍ତି ।

ଜଗତସିଂହପୁର: ହୋମଗାର୍ଡଙ୍କୁ ପ୍ରେମ, ବିବାହର ପ୍ରତିଶ୍ରୁତି ଆଉ ପ୍ରତାରଣା ପରେ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ପୋଲିସ ବାବୁ । କୁଜଙ୍ଗ ଥାନାର ପୂର୍ବତନ ଅଧିକାରୀ ତପନ ନାହାକ ଆଳିପିଙ୍ଗଳ ଉପକାରାଗାରରେ ଥିବା ବେଳେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଧମକ ମିଳିଛି । ଗଣମାଧ୍ୟମରେ ମୁହଁ ଖୋଲି ପୀଡ଼ିତା କହିଛନ୍ତି, ତାଙ୍କୁ ଡିଆଇବିର ଷ୍ଟାଫ୍ କୁଆଡ଼େ ରଫାଦଫା କରିବା ଲାଗି ଚାପ ପକାଉଛନ୍ତି ।


ପୀଡ଼ିତାଙ୍କ କହିବା ଅନୁସାରେ, ଗତ ଶନିବାର ତାଙ୍କୁ ହ୍ଵାଟ୍ସଆପ୍‌ରେ ଡିଆଇବିର ଜଣେ କର୍ମଚାରୀ ହ୍ଵାଟ୍ସଆପ୍‌ରେ କଲ୍ କରି ଷ୍ଟାଡିୟମ୍‌କୁ ଡାକିଥିଲେ । ଆଉ ସେଠାରେ କହିଥିଲେ, ତାଙ୍କୁ ଅତିରିକ୍ତ ଏସ୍‌ପି ପଠାଇଛନ୍ତି । ୨୫ରୁ ୨୭ ଲକ୍ଷ ନେଇ ମାମଲା ରଫାଦଫା କରିଦିଅ । ନହେଲେ ତମ ଅବସ୍ଥା ଖରାପ ହେବ, ଚାକିରିରୁ କାଢ଼ି ଦିଆଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରିକି ପୀଡ଼ିତା ଦେଇଥିବା ଏଫ୍ଆଇଆରରେ ସେମାନଙ୍କ ନାଁ ଲେଖିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । ବାପାମାଆଙ୍କ ସହ କୌଣସି ସମ୍ପର୍କ ନଥିବା ବେଳେ ସେମାନଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଅଛି । ବଡ଼ ଅଧିକାରୀ ଧମକ ଦେଉଥିବାରୁ ମୁଁ ମୁହଁ ଖୋଲୁଛି । ମୁଁ ନ୍ୟାୟ ମାଗିବା କଣ ଭୁଲ୍ କି ? ଏତଲା ଦେବାରୁ ଘରେ ଯାଇ ବାପାମାଆଙ୍କୁ ବି ଧମକ ଦିଆ ଯାଉଥିବା କହିଛନ୍ତି ।


ତେବେ ମାମଲା ରଫାଦଫା ପାଇଁ ୨୫ ଲକ୍ଷ ଟଙ୍କା ଓ ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ ପୀଡ଼ିତା ଆଣିଥିବା ଅଭିଯୋଗକୁ ଜଗତସିଂହପୁର ଏସ୍‌ପି ଖଣ୍ଡନ କରିଛନ୍ତି । କହିଛନ୍ତି, ଅତିରିକ୍ତ ଏସ୍‌ପିଙ୍କ ନାଁ ଆସୁଥିବାରୁ ସେ ନେଇ ତଦନ୍ତ ହେବ । ତେବେ ୨୫ ଲକ୍ଷ ଟଙ୍କା ଯାଚିବା କଥା ମିଛ । ଶେଷ ଖବର ସୁଦ୍ଧା ଏସ୍‌ପି ସଦର ଥାନାରେ ପହଞ୍ଚି ପୀଡ଼ିତା ହୋମଗାର୍ଡଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି ।


Sponsored
Kujang IIC Arrest Row, Victim Was Forced To Take 25 Lakh For Case Dismissed | Argus News