Soro forest range / ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
·1 year ago·1 min read

Key Points
କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ସୋର ରେଞ୍ଜର ବେତେଇ ବିଟ୍ର ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ରଙ୍କ ସହ ୪ ଜଣ ସବୁଜ ବାହିନୀ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫକୁ ମିଛ ମାମଲା ବୋଲି ଅଭିଯୋଗ କରି ପରିବାର ଲୋକେ କୁଳଡିହା ରେଞ୍ଜ ଅଫିସ ଆଗରେ ଧାରଣା ଦେଇଥିବା ବେଳେ ନୀଳଗିରି ପୋଲିସ ପହଞ୍ଚି ବୁଝାସୁଝା କରିଛି।
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାରୀ ଗିରଫ।
ମିଛରେ ଗିରଫ କରାଯାଇଥିବା ଅଭିଯୋଗ ରେ ନେଇ ନୀଳଗିରି କୁଳଡିହା ରେଞ୍ଜ ଅଫିସ ଘେରାଉ କଲେ ଗିରଫ ହୋଇଥିବା ପରିବାର ଲୋକେ। ଘଟଣା ସ୍ଥଳରେ ନୀଳଗିରି ପୋଲିସ ର ବୁଝାସୁଝା।
ଗତ ଜୁଲାଇ ମାସରେ କୁଳଡିହା ଅଭୟାରଣ୍ୟ ର ହାତୀ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ବାଲେଶ୍ଵର ବନ ଚାପିବା ପାଇଁ ଉଦ୍ୟମ କରିଥିଲା।
ସୋର ବନାଞ୍ଚଳ ବେତେଇ ବିଟ ଅଧୀନ ଜଙ୍ଗଲରେ ଚଳିତବର୍ଷ ମେ ମାସରେ ଏକ ହାତୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ସେତେବେଳର ବେତେଇ ବିଟର ଫୋରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ 4ସବୁଜବାହିନୀ କର୍ମଚାରୀ ଗିରଫ ହୋଇ କୋର୍ଟ ଚାଲାଣ ବେଳେ କୁଳଡିହା ଅଫିସ ଆଗରେ ପରିବାର ପକ୍ଷରୁ କୋର୍ଟ ଚାଲାଣ ବେଳର ବନବିଭାଗ ଗାଡି ସହ ଫାଟକ ଆଗରେ ଧାରଣା ସହ ଉତେଜନା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories