Kumar Purnima / କେଉଁ ଦିନ ପାଳନ କରିବେ କୁମାର ପୂର୍ଣ୍ଣିମା, ୬ ନା ୭ ତାରିଖ ସେନେଇ ଦେଖାଦେଇଛି ଦ୍ବନ୍ଦ୍ବ

Key Points
କେଉଁ ଦିନ ପାଳନ କରିବେ କୁମାର ପୂର୍ଣ୍ଣିମା। ଆସନ୍ତା ୬ ତାରଖ ନା ୭ ତାରିଖ ସେନେଇ ଦେଖାଦେଇଛି ଦ୍ବନ୍ଦ୍ବ । ଶ୍ରୀମନ୍ଦିରରେ ୭ ତାରିଖ ପାଳନ କରାଯିବ କୁମାର ପୂର୍ଣ୍ଣିମା ।
କୁମାର ପୂର୍ଣ୍ଣିମା ହେଉଛି ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି ।
ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା କରାଯାଇଥାଏ । ଏହି ପୂଜା ଗଲେ ଭଲ ବର ମିଳେ ବୋଲି ବିଶ୍ଵାସ ରହିଛି । ଏହି ପୂଜାରେ ଜହ୍ନ ଆସିଲେ ତାକୁ ଦେଖି ଚାନ୍ଦ ପୂଜା ହୁଏ । କାରଣ ଏମିତି କଲେ ଚାନ୍ଦ ପରି ବର ମିଳେ । ଆଉ ସନ୍ଧ୍ୟା ସମୟରେ ଏହି ପର୍ବ ପାଳିତ ହୁଏ ।
ତେବେ ଚଳିତ ବର୍ଷ କୁମାର ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । କେଉଁ ଦିନ ପାଳନ କରିବେ କୁମାର ପୂର୍ଣ୍ଣିମା । ଆସନ୍ତା ୬ ତାରଖ ନା ୭ ତାରିଖ ସେନେଇ ଦେଖାଦେଇଛି ଦ୍ବନ୍ଦ୍ବ । କୁମାରୀ କନ୍ୟାମାନେ କେଉଁ ଦିନ ଆଞ୍ଜୁଳି ଟେକି କୁମାର ପୂର୍ଣ୍ଣିମା ପାଳନ କରିବେ ତାକୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ଉପୁଜୁଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP
ସେପଟେ ଶ୍ରୀମନ୍ଦିରରେ ୭ ତାରିଖ କୁମାର ପୂର୍ଣ୍ଣିମା ପାଳନ କରାଯିବ । ୬ ତାରିଖରେ କୁମାରୀ କନ୍ୟାମାନେ କୁମାର ପୂର୍ଣ୍ଣିମା ପାଳନ କରିପାରିବେ ବୋଲି କହିଛନ୍ତି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର ।
ପଞ୍ଜିକା ଓ ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ତିଥି ସୋମବାର ଅପରାହ୍ନରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯:୨୭ ପର୍ଯ୍ୟନ୍ତ ରହିବ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ପୂଜା ହେବ, କିନ୍ତୁ ରାଜ୍ୟରେ ଯୁବତୀମାନେ ସୋମବାର କୁମାର ପୂର୍ଣ୍ଣିମା ରୀତିନୀତି ପାଳନ କରିବେ ବୋଲି ଅନ୍ୟ ଜଣେ ଜ୍ୟୋତିର୍ବିଦମାନେ କହିଛନ୍ତି।
ଏହି ଦ୍ୱନ୍ଦ୍ୱକୁ ଆହୁରି ଜଟିଳ କରିଛି ଓଡ଼ିଶା ସରକାରଙ୍କ ଛୁଟି ଘୋଷଣା । ରାଜ୍ୟ ସରକାର କୁମାର ପୂର୍ଣ୍ଣିମା ପାଇଁ ୭ ଅକ୍ଟୋବର (ମଙ୍ଗଳବାର)କୁ ଛୁଟି ଘୋଷଣା କରିଛନ୍ତି। ସରକାରୀ ଛୁଟି ତାଲିକା ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ବର୍ଷ ଆରମ୍ଭରେ ପ୍ରକାଶିତ ହୁଏ, କିନ୍ତୁ ଓଡ଼ିଆ ପଞ୍ଜିକା ୧୪ ଏପ୍ରିଲରେ ପ୍ରକାଶିତ ହୁଏ, ଯାହା ଏହି ଅସଙ୍ଗତିର କାରଣ ହୋଇଛି ।
Related Topics
Explore more stories