Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁଆଁର ପୁନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ...

Odisha

କୁଆଁର ପୁନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୁଆଁର ପୁନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ...

ଅର୍ଗସ ବ୍ୟୁରୋ:  କୁଆଁର ପୁନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ…। ବେଶ୍‌ ଜାକଜମକରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା। ଆଜି ହେଉଛି କୁମାରୀମାନଙ୍କ ପର୍ବ  କୁଆଁର ପୂନେଇଁ।  ଭୋର ୪ଟାରୁ ଆରମ୍ଭ ହୋଇଯାଇଥିଲା କୁମାରୀମାନଙ୍କ ସଜବାଜ। ବଡ଼ି ଭୋରରୁ ଗାଧୋଇ ପାଧୋଇ ନୂଆ ଲୁଗାପଟା ପିନ୍ଧି ନୂଆ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ୭ ପ୍ରକାର ଆଞ୍ଜୁଳି ଯୋଗାଡ଼ କରି ୭ ଥର ଅଞ୍ଜୁଳି ଟେକିଥିଲେ। ସୂର୍ଯ୍ୟଙ୍କୁ ପୂଜା କରିଥିଲେ।

ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟ ଦେବତାଙ୍କୁ ଆଞ୍ଜୁଳି ଟେକିଥିଲେ କୁଆଁରୀ ଓ ନବବିବାହିତମାନେ। ଏହି ପର୍ବଟି ହେଉଛି କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ। କୁମାରମାନେ ବିଶେଷକରି କବାଡ଼ି, ପଶାଖେଳ ଓ ତାସ୍‌ ଖେଳରେ ମଜି ରୁହନ୍ତି। କୁମାରୀମାନେ ଲୁଚକାଳି, ପୁଚି ଆଦି ଖେଳ ଖେଳି ଥା’ନ୍ତି। କୁମାରୀମାନଙ୍କ ‘କୁଆଁର ପୁନେଇଁ ଜହ୍ନ ଲୋ’ ଗୀତରେ ସମଗ୍ର ପୁରପଲ୍ଲୀ କମ୍ପି ଉଠେ। ଏହି କୁଆଁରୀ ପୂଜାର ସବୁଠାରୁ ଆକର୍ଷଣୀୟ ଥାଏ ଚାନ୍ଦ ପୂଜା। ସଞ୍ଜ ହେଲେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି।

ଜହ୍ନ ଉଇଁଲେ ଜହ୍ନିଫୁଲ, ଫଳ, ଖଇ ଆଦି ଆଞ୍ଜୁଳି ଟେକନ୍ତି। ଏହାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥା’ନ୍ତି। ବିଶ୍ଵାସ ରହିଛି ଏହି ଦିନ କୁମାରୀମାନେ କାର୍ତ୍ତିକଙ୍କ ଭଳି ସୁନ୍ଦର ବର ପାଇବା ପାଇଁ ଚନ୍ଦ୍ର ପୂଜା କରିଥା’ନ୍ତି। ଏହା ପରେ ଚାନ୍ଦ ଚକଟା ଖାଇଥିଲେ କୁମାରୀମାନେ। ଆଉ ପରସ୍ପରକୁ ଖୁଆଇ ଚାନ୍ଦ ମଧ୍ୟ ବସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

 

Argus Whatsapp Channel Mobile Top
Sponsored
kumar purnima festival today | Argus News