Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁସୁମା କେଳେଙ୍କାରୀ, ବଢିଲା ବବିଦାସଙ୍କ ପାଇଁ ଅଡୁଆ

Banajyotshna Ray
Browse all articles by Banajyotshna Ray
·2 years ago·2 min read
କୁସୁମା କେଳେଙ୍କାରୀ, ବଢିଲା ବବିଦାସଙ୍କ ପାଇଁ ଅଡୁଆ

ଅର୍ଗସ ବ୍ୟୁରୋ:  କୁସୁମା କେଳେଙ୍କାରୀ । ବଢିଲା ବବିଦାସଙ୍କ ପାଇଁ ଅଡୁଆ । କୁସୁମା କଟେଜ୍ କେଳେଙ୍କାରୀର ଖୁବଶୀଘ୍ର ହେବ ତଦନ୍ତ । ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ଘୋଷଣା । କୁସୁମା ବଙ୍ଗଳାର ଚାବି କାହା ପାଖରେ । ଆଲିସାନା ବଙ୍ଗଳା ନିର୍ମାଣରେ ବଡ ଦୁର୍ନୀତିର ଆସିଥିଲା ଅଭିଯୋଗ  । ସେପଟେ ଯାଜପୁର କୁସୁମା କଟେଜ୍ କେଳେଙ୍କାରୀ ଘଟଣାର ଖୁବଶୀଘ୍ର ତଦନ୍ତ କରାଯିବ କହିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଜିଲ୍ଲାପାଳ ମଧ୍ୟ ତଦନ୍ତ କରୁଛନ୍ତି, ଯଦି ସରକାରୀ ବେଆଇନ ହୋଇଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ନୂଆ ସରକାର ସ୍ବଚ୍ଛ ସରକାର । ସରକାରୀ ଅର୍ଥକୁ ଅପବ୍ୟୟ କରାଯାଇ ଥିଲେ କୌଣସି ପ୍ରକାର ଛଡା ଯିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ ମହାପାତ୍ର ।

ଯାଜପୁର କୁସୁମା କଟେଜକୁ ନେଇ ବିବାଦ ଘେରରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । କୁସୁମା କଟେଜକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଯାଜପୁରବାସୀ। ଯାହା ଅନୁସାରେ ରାତିରେ ଭିଭିଆଇପି, ପଦାଧିକାରୀମାନେ ଆମୋଦପ୍ରମୋଦ ପାଇଁ ପଛ ରାସ୍ତା ଦେଇ କୁସୁମା ଆସୁଥିଲେ । ଆହୁରି ମଧ୍ୟ କୁସୁମାକୁ ବବି ନିଜ କବଜାକୁ ନେଇ ଯାଇଥିଲେ, ତାଙ୍କ ଦରବାରକୁ ବିଜେଡି ନେତା, ସାଂସଦ ବିଧାୟକ ବି ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା। କୁସୁମା କଟେଜରେ ଅନୈନିତ କାମ ଚାଲିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକେ ଯାହାକୁ ଭିତ୍ତି କରି ଖବର ପ୍ରସାରଣ କରିଥିଲା ଅର୍ଗସ୍। ବବିଙ୍କ ପାଇଁ ଯାଜପୁର ବଦନାମ୍ ହେଉଛି ବୋଲି ଲୋକେ କହିଥିଲେ। ଅଡୁଆରେ ପଡ଼ିବା ପରେ ଏବେ ବବିଙ୍କ ସପକ୍ଷରେ ଯାଜପୁରରେ କରାଯାଇଛି ପ୍ରାୟୋଜିତ ବିକ୍ଷୋଭ। ଯେଉଁଥିରେ ଅର୍ଗସର ଖବରକୁ ବିରୋଧ କରାଯାଇଛି ।

ତେବେ ପ୍ରଶ୍ନ ହେଲା ଏ ବିକ୍ଷୋଭ ଯାଜପୁରର ସ୍ବାର୍ଥ ପାଇଁ ଲଢ଼େଇ ନା ନା ଯାଜପୁରକୁ 25 ବର୍ଷ ଧରି ଲୁଟ୍ କରିଥିବା ଲୋକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ? ପ୍ରକୃତରେ ଯାଜପୁରର ସମ୍ମାନକୁ ଭୁଲୁଣ୍ଠିତ କରିଛି କିଏ ? କୁସୁମାକୁ ଯାଉଥିଲା କିଏ ? ଏହାର ତଦନ୍ତ ହେବ ନା ନାହିଁ ? କୁସୁମା ପ୍ରସଙ୍ଗରେ କୌଣସି ମନଗଢ଼ା କଥା କହିନଥିଲା ଅର୍ଗସ୍। ଆସନ୍ତୁ ଶୁଣିବା କୁସୁମା ପ୍ରସଙ୍ଗରେ କଣ କଣ ସାଂଘାତିକ ଅଭିଯୋଗ କରିଛନ୍ତି ଯାଜପୁରବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Kusuma issue, the odds are against Bobby Das | Argus News