Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ

Manini Pattanayak
Browse all articles by Manini Pattanayak
·2 years ago·2 min read
କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ

ଯାଜପୁର: ଯାଜପୁରର କୁସୁମା ପୋଖରୀ। ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ଼ ବିବାଦ। ଅଭିଯୋଗ ଅନୁସାରେ ଏଠି ଲାଗୁଥିଲା ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଦରବାର। ରାତିରେ ହେଉଥିଲା ଅନ୍ଧାରି ବିଜେ। ଯାଜପୁରରେ ଦ୍ବିତୀୟ କୁସୁମା ବିବାଦ ଭିତରେ ଆଉ ଏକ କୁସୁମାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କଣ୍ଟିଗଡ଼ିଆ ବଡ଼ ପୋଖରୀର ବିକାଶ ପାଇଁ ମଞ୍ଜୁର 10 କୋଟି ଟଙ୍କା କୁଆଡ଼େ ଗଲା ବୋଲି ଉଠିଛି ପ୍ରଶ୍ନ। ଏପଟେ ପ୍ରଣବ ପ୍ରକାଶଙ୍କ ଭୁବନେଶ୍ବର କ୍ବାର୍ଟସରେ ବେଆଇନ ନିର୍ମାଣକୁ ନେଇ ଥାନାରେ ଏତଲା ଆହୁରି ବଢ଼ାଇ ଦେଇଛି ବବିଙ୍କ ସମସ୍ୟା। ଯାଜପୁର କୁସୁମା କେଳେଙ୍କାରୀରୁ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । 9 ଆଲିସାନ୍ ବଙ୍ଗଳା ପରେ ସାମ୍ନାକୁ ଆସିଲା ବବିଙ୍କ ଦରବାର। କୁସୁମା ପୋଖରୀରୁ ଲାଗି ନିର୍ମାଣ ହୋଇଥିବା ଏଇ ସ୍ଥାନରେ ବସୁଥିଲା ଦରବାର.
ବବିଙ୍କ ଦରବାର ସହିତ ରାତିରେ ହେଉଥିଲା ଅନ୍ଧାରି ବିଜେ। ଏଇ ଆଲିସାନ୍ ବଙ୍ଗଲାକୁ କିଏ ଆସୁଥିଲା, କଣ କରୁଥିଲା, କିଏ ବୁକିଂ କରୁଥିଲା, ଚାବି କାହା ପାଖରେ ସବୁ ଅସ୍ପଷ୍ଟ । ଏପଟେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ପୁରା ପ୍ରସଙ୍ଗରେ ସଫେଇ ରଖିଛନ୍ତି। ତାଙ୍କ ସଫେଇ ବି ସୃଷ୍ଟି କରିଛି ପ୍ରଶ୍ନ।   

ଭୁବନେଶ୍ବର ସରକାରୀ ବାବସଭବନକୁ ନେଇ ବଢିଲା ବବିଙ୍କ ଅଡୁଆ। ବେଆଇନ ନିର୍ମାଣ ନେଇ କ୍ୟାପିଟାଲ୍ ଥାନାରେ ଏତଲା ଦାୟର ହୋଇଛି । ସେଠି କଣ ଚାଲିଥିଲା ତାର ତଦନ୍ତ ପାଇଁ ଆବେଦନ ହୋଇଛି । ବବିଙ୍କ ସରକାରୀ ବାସଭବନ ଭିତରେ ଅଣ୍ଡରଗ୍ରାଉଣ୍ଡ ଘର, ସୁଇମିଂପୁଲ୍, କାଠର କଟେଜ୍ ଚିତ୍ର ଆସିଥିଲା ସାମ୍ନାକୁ। ସେପଟେ ଯାଜପୁର ଜିଲ୍ଲାରେ ଦ୍ବିତୀୟ କୁସୁମାକୁ ନେଇ ଚର୍ଚ୍ଚା। ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ପଞ୍ଚାୟତରେ ବଡ଼ ପୋଖରୀକୁ  ଦ୍ଵିତୀୟ କୁସୁମା କରିବାକୁ ରାଜ୍ୟ ସରକାର ୧୦କୋଟି ଟଙ୍କା ପର୍ଯ୍ୟଟନ ବିଭାଗକୁ ମଞ୍ଜୁର କରିଥିଲେ। ହେଲେ ଏହା କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ହିସାବ କାହା ପାଖରେ ନାହିଁ I 
 ଏବେ ବଡ଼ ପ୍ରଶ୍ନ କାହିଁକି ଚୁପ୍ ଜିଲ୍ଲା ପ୍ରଶାସନ, କାହିଁକି ହେଉନାହିଁ ଆକସନ୍, କାହିଁକି ବବି ଓ ଜିତୁଙ୍କ ବିରୋଧରେ ବିଜେଡି କରୁନାହିଁ କାର୍ଯ୍ୟାନୁଷ୍ଠାନ । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kusuma was not in public interest, the children's park was demolished and the building was built | Argus News