Kusunpur Smart Village / ଦେଶର ୫ଟି ସ୍ମାର୍ଟ ଗାଁ ମଧ୍ୟରେ ଓଡ଼ିଶାର କୁସୁନପୁର, ଚାଷୀ ଓ SHG ମହିଳାଙ୍କୁ ମିଳିବ ରୋଜଗାର
·3 months ago·2 min read

Key Points
ଓଡ଼ିଶାର ଗାଁକୁ ଜାତୀୟ ପରିଚୟ
ସ୍ମାର୍ଟ ଭିଲେଜ୍ ତାଲିକାରେ କୁସୁନପୁର
ସୁଗନ୍ଧିତ ଫସଲ ଚାଷରେ ବଢ଼ିବ ଆୟ,
ସ୍ମାର୍ଟ ଭିଲେଜ୍ ତାଲିକାରେ କୁସୁନପୁର
ସୁଗନ୍ଧିତ ଫସଲ ଚାଷରେ ବଢ଼ିବ ଆୟ,
ଲୁଣିଆ ପାଣି, ଜଳ ଅଭାବ ଓ କମ୍ କୃଷି ଉତ୍ପାଦନର ସମସ୍ୟା ସହ ସଂଘର୍ଷ କରୁଥିବା କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ର କୁସୁନପୁର ଗାଁ ଏବେ ଦେଶର ସ୍ମାର୍ଟ ଭିଲେଜ୍ ମାନଚିତ୍ରରେ ସ୍ଥାନ ପାଇଛି । CSIRର ସ୍ମାର୍ଟ ଭିଲେଜ୍ ଯୋଜନା ଅଧୀନରେ ଏଠାରେ ସୁଗନ୍ଧିତ ଫସଲ ଚାଷ ସହ ମହିଳାମାନଙ୍କୁ ଅତିରିକ୍ତ ରୋଜଗାର ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ କୁସୁନପୁର ଗାଁକୁ ଭାରତ ସରକାରଙ୍କ CSIR- ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CBRI), ରୁରକି ଦ୍ବାରା ପରିଚାଳିତ ସ୍ମାର୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ଦେଶର ପାଞ୍ଚଟି ଗାଁ ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଛି । ଏହି ତାଲିକାରେ ରାଜସ୍ଥାନ, ମେଘାଳୟ, ଗୁଜରାଟ ଏବଂ ଲଦାଖର ଗାଁ ମଧ୍ୟ ରହିଛି । CSIR ର ମହାନିର୍ଦ୍ଦେଶକଙ୍କ ଦ୍ୱାରା ମାର୍ଚ୍ଚ ୨୦୨୬ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ହସ୍ତକ୍ଷେପ ମାଧ୍ୟମରେ ଗ୍ରାମୀଣ ସମସ୍ୟାର ସ୍ଥାୟୀ ସମାଧାନ କରିବା ।

କୁସୁନପୁରର ଭୌଗୋଳିକ ପରିସ୍ଥିତି ଏହାକୁ ବିଶେଷ ଚ୍ୟାଲେଞ୍ଜିଂ କରିଛି । ଗ୍ରୀଷ୍ମ ଋତୁରେ କୃଷି ପାଇଁ ପାଣି ଅଭାବ, ମୌସୁମୀ ଋତୁରେ ଲୁଣିଆ ପାଣି ଜମି ରହିବା ଏବଂ ନଳକୂପରୁ ଲୁଣିଆ ଜଳ ମିଳିବା ଏଠାର ପ୍ରମୁଖ ସମସ୍ୟା ଅଟେ । ଏହି ସମସ୍ୟାର କାରଣରୁ ଚାଷ ମୁଖ୍ୟତଃ କମ୍ ଉତ୍ପାଦନଶୀଳ ପାରମ୍ପରିକ ଧାନ ଏବଂ ସୀମିତ ମୁଗ ଚାଷ ମଧ୍ୟରେ ସୀମିତ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପଦକ୍ଷେପର ଅଂଶ ଭାବେ CSIR- ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ୍ ଆଣ୍ଡ୍ ଆରୋମାଟିକ୍ ପ୍ଲାଣ୍ଟ୍ସ (CIMAP), ଲକ୍ଷ୍ନୌ ପ୍ରଥମ ଥର ପାଇଁ ଏହି ଗାଁରେ ସୁଗନ୍ଧିତ ଫସଲ ଚାଷର ପ୍ରଚଳନ କରିଛି । ୨ ଏକର ଜମିରେ ମେନ୍ଥା ଏବଂ ୧ ଏକର ଜମିରେ ଲେମନଗ୍ରାସ ଚାଷ ସଫଳତାର ସହିତ କରାଯାଇ ଚାଷୀମାନଙ୍କ ଆୟ ବୃଦ୍ଧିର ନୂଆ ସମ୍ଭାବନା ସୃଷ୍ଟି କରାଯାଇଛି ।

ସ୍ଥାନୀୟ ସ୍ତରରେ ମୂଲ୍ୟ ବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ CSIR-CIMAP ପକ୍ଷରୁ ସୋମବାର ୪ଟି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୬୦ ଜଣ ମହିଳା SHG ସଦସ୍ୟ ଅଂଶଗ୍ରହଣ କରିଥିଲେ ।
ପ୍ରଶିକ୍ଷଣରେ ସୁଗନ୍ଧିତ ଫସଲରୁ ଉତ୍ପାଦିତ ଆବଶ୍ୟକୀୟ ତେଲ ବ୍ୟବହାର କରି ପିନିନ୍ ଓ ଲେମନ୍ ସୁଗନ୍ଧଯୁକ୍ତ ଟଏଲେଟ୍ କ୍ଲିନର, ଡିଶ୍ ୱାଶ ଓ ଫ୍ଲୋର କ୍ଲିନର ପ୍ରସ୍ତୁତ କରିବାର ତାଲିମ ଦିଆଯାଇଥିଲା । ଏହି ପଦକ୍ଷେପ CSIRର ଆରୋମା ମିଶନ ଅଧୀନରେ ଗ୍ରାମୀଣ ମହିଳାମାନଙ୍କ ପାଇଁ ଅତିରିକ୍ତ ଆୟ ସୃଷ୍ଟି କରିବା ସହ ଘରୋଇ ସ୍ୱଚ୍ଛତାକୁ ଉନ୍ନତ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଇଛି ।

ସ୍ମାର୍ଟ ଭିଲେଜ୍ କାର୍ଯ୍ୟକ୍ରମରେ CSIR-IMMT ଭୁବନେଶ୍ୱର, CSIR-IHBT ପାଲମପୁର, CSIR-CFTRI ମୈସୁର ଏବଂ CSIR-CDRI ଲକ୍ଷ୍ନୌ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଯେଉଁମାନେ ଚୟନ ହୋଇଥିବା ଗାଁମାନଙ୍କର ବିଭିନ୍ନ ପ୍ରଯୁକ୍ତିଗତ ଆବଶ୍ୟକତା ପୂରଣରେ ସହଯୋଗ କରୁଛନ୍ତି ।

Related Topics
Explore more stories