ଏଲ. ଈଶ୍ବର ରାଓଙ୍କ ସୂକ୍ଷ୍ମ କଳାକୃତି ଏବେ ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ଜୟ ଶ୍ରୀରାମ ନାରାରେ ଫାଟି ପଡୁଛି ଗାଁ ଦାଣ୍ଡ । ଗେରୁଆ ମୟ ପୁରା ଗାଁରୁ ସହର। ବାଜା ବାଜୁଛି। ଝାଞ୍ଜ ବାଜୁଛି । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ। ଅଯୋଧ୍ୟାରେ ପୁରା ରୀତିନୀତି ଅନୁଯାୟୀ ପ୍ରାଣ ପ୍ରତିଷ୍ଠା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୫୦୦ବର୍ଷର ଅନ୍ତ ଘଟିଛି। ସବୁଆଡ଼େ ଭକ୍ତିମୟ ପରିବେଶ।
ଓଡିଶାର ଅନେକ ରାମ ଭକ୍ତ ନିଜ କଳାକୃତି ମାଧ୍ୟମରେ ପ୍ରଭୁ ରାମଙ୍କ ପ୍ରତି ସେମନାଙ୍କ ଭକ୍ତି, ପ୍ରେମ ପ୍ରଦର୍ଶନ କରୁଛନ୍ତି।
ରାମଲଲାଙ୍କ ପାଇଁ କିଏ ବିସ୍କୁଟରେ ମନ୍ଦିର ପ୍ରସ୍ତୁତ କରିଛନ୍ତି ତ ଆଉ କିଏ ଦିଆସିଲି କାଠିରେ ରାମଙ୍କ ଦିବ୍ୟ ମନ୍ଦିର ତିଆରି କରି ଚର୍ଚ୍ଚାରେ ରହିଛନ୍ତି। ଆଜି ଆମେ ଜଣେ ଏଭଳି ପ୍ରତିଭାଙ୍କ କଥା କହୁଛୁ ଯାହାଙ୍କ ସୂଷ୍ମ କଳାକୃତି ସବୁବେଳେ ଚର୍ଚ୍ଚାରେ ଥାଏ ଆଉ ଆଜି ବି ରହିଛି। ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପେପର ଏବଂ ଚକଖଡ଼ିରେ ଏକ ସୁନ୍ଦର ରାମ ମନ୍ଦିର ନିର୍ମାଣ କରିଛନ୍ତି। ସେ ଆଉ କେହି ନୁହେଁ ସେ ହେଲେ ଏଲ ଈଶ୍ବର ରାଓ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ହାଟବଜାରର ବାସୀନ୍ଦା ହେଉଛନ୍ତି ଏଲ. ଈଶ୍ବର ରାଓ। ଏଲ. ଈଶ୍ବର ରାଓଙ୍କ ଭିନ୍ନ ଭିନ୍ନ କଳାକୃତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ତେବେ ଆଜି ସେ ନିଆରା ସୂଷ୍ମ ରାମ ମନ୍ଦିର କରି ଚର୍ଚ୍ଚା ସାଉଣ୍ଟିଛନ୍ତି। ତାଙ୍କୁ ଏହି ସୂଷ୍ମ ମନ୍ଦିର କରିବାକୁ ୭ଦିନ ସମୟ ଲାଗିଥିଲା। ମନ୍ଦିର ପାର୍ଶ୍ବରେ ଏକ ଇଞ୍ଚର ଛୋଟ ହନୁମାନଙ୍କ ମୂର୍ତ୍ତି ରହିଛି। ଆଗରୁ ମଧ୍ୟ ଈଶ୍ବର ରାଓ ଏମିତି ଅନେକ କଳାକୃତି କରି ନାଁ କରିଛନ୍ତି। ଏଲ ଈଶ୍ବର ରାଓ କହିଛନ୍ତି ମୁଁ ମୋ କଳା ମାଧ୍ୟମରେ ଆମ ବିଶ୍ବରେ ଯେତେ ହିନ୍ଦୁ ଅଛନ୍ତି ସମୋନଙ୍କୁ ନିବେଦନ କରିବାକୁ ଚାହୁଁଛି ୨୨ ଜାନୁୟାରୀରୁ ୨୪ ତାରିଖ ସନ୍ଧ୍ୟାରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳକୁ ମୁଣ୍ଡ ଉପରେ ପକାଇ ରାମଙ୍କୁ ସ୍ମରଣ କରୁନ୍ତୁ। ଜୟ ଶ୍ରୀ ରାମ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର