Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣିପିଇ ବାଜିରେ ଲାଗୁଛି ଜୀବନ

Smruti Parija
Browse all articles by Smruti Parija
·2 years ago·1 min read
ପାଣିପିଇ ବାଜିରେ ଲାଗୁଛି ଜୀବନ

ଅନୁଗୋଳ:  ସ୍ଵାଧୀନତାର ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମ ପଂଚାୟତ ଆଦିବାସୀ ବହୁଳ ବିଜାମଳିହା ଗ୍ରାମବାସୀ । ଆଠମଲ୍ଲିକ ଠାରୁ ପ୍ରାୟ ୪୫ କିଲୋମିଟର ଦୂର ବଣ ଜଙ୍ଗଲ ଘେରା ଗ୍ରାମ ହେଉଛି ବିଜାମଳିହା । ଗ୍ରାମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଗ୍ରାମବାସୀ ।

୨୪ ବର୍ଷର ସ୍ଥିର ବିଜେଡି ଶାସନରେ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଟୋପେ ମଧ୍ୟ ପାଇପାରିଲେ ନାହିଁ ଗ୍ରାମବାସୀ । ଫଳରେ ଅନେକ ଅସୁବିଧାରେ କାଳାତିପାତ କରୁଥିବା ବେଳେ ଏନେଇ  ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାହାକୁ ଗୁହାରି କଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି । 

ଗ୍ରାମରେ ପାନୀୟ ଜଳ ସାଜିଛି ପ୍ରମୁଖ ସମସ୍ୟା । ଗ୍ରାମରେ ଗୋଟିଏ ନଳକୂପ ରହିଥିବାବେଳେ ସେଥିରୁ ଫ୍ଲୋରଡ଼ ଯୁକ୍ତ ପାଣି ବାହାରୁଥିବାରୁ ବ୍ୟବହାର ଯୋଗୀ ହୋଇପାରୁନାହିଁ । ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ହିଁ ପାଲଟିଛି ଜୀବନ ବଂଚେଇବାର ମାଧ୍ୟମ । ଅନେକ ସମୟରେ କୂଅରୁ ବିଶୁଦ୍ଧ ପାନୀୟ ଜଳ ପିଇ ଲୋକଙ୍କ ଦେହ ଖରାପ ହେଉଥିବାବେଳେ ଅନ୍ୟ କୌଣସି ବ୍ୟବସ୍ଥା ନଥିବା କାରଣରୁ କୂଅରୁ ଦୂଷିତ ପାଣି ପିଇ ନିଜ ଜୀବନକୁ ମରଣ ମୁହଁକୁ ଠେଲିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ବର୍ତ୍ତମାନ ନୂତନ ସରକାର ତାଙ୍କ ସମସ୍ୟା ସମାଧାନ କରିପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଦେଖିବାକୁ ବାକି ରହିଲା ବିଜାମଳିହା ଗ୍ରାମର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର କେବେ ସଫଳ ହେଉଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
lack-of-basic-needs-in-Angul District Ashtamalli Block Tusar Village | Argus News