Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ବିଜେଡିରେ ପ୍ରାର୍ଥୀ ଅଭାବ ? କାଲି ମିଶୁ ମିଶୁ ଆଜି ଟିକେଟ  

Odisha

 ବିଜେଡିରେ ପ୍ରାର୍ଥୀ ଅଭାବ ? କାଲି ମିଶୁ ମିଶୁ ଆଜି ଟିକେଟ  

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିଜେଡିରେ ପ୍ରାର୍ଥୀ ଅଭାବ ? କାଲି ମିଶୁ ମିଶୁ ଆଜି ଟିକେଟ  

ଭୁବନେଶ୍ୱର:  ବିଜେଡି ଘୋଷଣା କଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା  ପ୍ରାର୍ଥୀ ତାଲିକା । ଏହି ନୂଆ ତାଲିକାରେ  ୬ ମହିଳାଙ୍କୁ  ଟିକେଟ୍‌ ଦେଇଛି ବିଜେଡି ।  ୯ ଜଣଙ୍କ ମଧ୍ୟରୁ   ୬ ମହିଳାଙ୍କୁ ମିଳିଛି ଟିକେଟ୍‌ । ଏହି ୬ ମହିଳାଙ୍କ ମଧ୍ୟରେ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।  ଯିଏ  ଗତକାଲି ବିଜେଡିରେ ସାମିଲ ହୋଇଥିଲେ ଆଉ ଆଜି ମିଳିଲା ଟିକେଟ । ଅରୁନ୍ଧତୀଙ୍କୁ   ଦେବଗଡରୁ  ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ।  

ତେବେ ଗୋଟିଏ କଥା ସ୍ପଷ୍ଟ  ଜଣାପଡୁଛି  ଯେ ବିଜେଡିରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ଅଭାବ ରହିଛି । ସେଥିପାଇଁ  ଅନ୍ୟ ଦଳରୁ ଗୋଟାଇ ନିଜ ଦଳରେ ସାମିଲ କରୁଛି ବିଜେଡି ।  ଆଉ ସଙ୍ଗେ ସଙ୍ଗେ ଦେଉଛନ୍ତି ଟିକଟ । ତେବେ  ଏଠି  ପ୍ରଶ୍ନ ଉଠୁଛି  ଦେବଗଡରୁ କଣ ପାଇଁ ଅରୁନ୍ଧତୀ   ଦେବୀଙ୍କୁ ଟିକେଟ୍‌ ଦେଲା ବିଜେଡି ? କାହିଁକି ପୁରୁଖା ମୁହଁକୁ ଦେଲାନି ଟିକେଟ ? କଣ ଦେବଗଡ ହାତରୁ ଚାଲିଯିବ ବୋଲି ବିଜେଡିକୁ ଭୟ ଘାରିଛି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Lack of candidates in BJD, join tomorrow and ticket today! | Argus News