Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚଣ୍ଡ ଖରାରେ ପାଣିର ଅଭାବ

Odisha

ପ୍ରଚଣ୍ଡ ଖରାରେ ପାଣିର ଅଭାବ

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଚଣ୍ଡ ଖରାରେ ପାଣିର ଅଭାବ

ଖୋର୍ଦ୍ଧା: ପ୍ରଚଣ୍ଡ ଖରାରେ ପାଣିର ଅଭାବ । ପାନୀୟ ଜଳର ଘୋର ଅଭାବ ଯୋଗୁଁ ସାଧାରଣ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ଚୂଆ ଖୋଳି ଜଳ ସଂଗ୍ରହ କରୁଛନ୍ତି । ଆଉ ଶେଷରେ ଗୋଡା ଗ୍ରାମବାସୀ 15 କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗରା, ବାଲଟି, ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ତା ସାଙ୍ଗକୁ ରାଜ୍ୟର ଅନେକ ଅଞ୍ଚଳରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପ୍ ଯୋଗେ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଗୋଡା ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଉଛି । 

ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ବ୍ଲକ ପ୍ରଶାସନିକ ଅଧିକାରୀ ଜଣାଇଲେ ବି ପାନୀୟ ଜଳ ବଣ୍ଟନ ସମସ୍ୟାର ସମାଧାନ  ହେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ଗ୍ରାମବାସୀଙ୍କ ପାଇଁ ବର୍ଷ ବର୍ଷ ଧରି ପାନୀୟ ଜଳର ଅଭାବ ଲାଗି ରହୁଛି । ଗ୍ରାମରେ ବୁହତ ପାଣି ଟାଙ୍କି ଥିବା ସତ୍ତ୍ୱେ ମଧ୍ୟ ଗୋଡା ଟାଙ୍ଗି ସାହିର ଅନେକ ପରିବାର ପାଇଁ ପାନୀୟ ଜଳର ଘୋର ଅଭାବ ଯୋଗୁଁ ସାଧାରଣ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ଚୂଆ ଖୋଳି ଜଳ ସଂଗ୍ରହ କରୁଛନ୍ତି । ଯାହାଫଳରେ ଗୋଡା ଗ୍ରାମବାସୀ ଆଜି ଗରା, ବାଲଟି, ମାଠିଆ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କେବଳ ପ୍ରତିଶୃତି ମିଳିଛି । ଖୋର୍ଦ୍ଧା ଜିଲ୍ଲାର ତାପମାତ୍ରା ଅଧିକ ରହୁଥିବାବେଳେ ଅନେକ ସ୍ଥାନରେ ପାନୀୟ ଜଳକୁ ନେଇ ହା ହା କାର ଦେଖାଦେଇଛି । ବିଶେଷ କରି ବେଗୁନିଆ ବ୍ଲକର ଗୋଡା ଟାଙ୍ଗୀ ସାହିରେ ପାନୀୟ ଜଳର ଉତ୍କଟ ସମସ୍ୟାକୁ ସ୍ଥାନୀୟ ଗ୍ରାମବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Education Next Season 5
Sponsored
lack-of-drinking-water-in-begunia-block-deuli-panchayat | Argus News