ଚରମ ଅବହେଳାରେ ଜଟଣୀ ମେଡିକାଲ

Key Points
- ଥଣ୍ଡା, କାଶ ହେଲେ ବି ରେଫର୍
- କେମିତି ଚାଲୁଛି ସ୍ଵାସ୍ଥ୍ୟସେବା ?
- ଗୁମର ଖୋଲିଦେଲେ ସ୍ଥାନୀୟ ବାସିନ୍ଦା
- କୁଆଡେ ଗଲା ଫାଇଭ-ଟି ?
- ସ୍ଵାସ୍ଥ୍ୟ ନାଁରେ ବି ମିଛ କହିଲେ ?
ଅର୍ଗସ ବ୍ୟୁରୋ: ରାଜ୍ୟରେ ସ୍ଵାସ୍ଥ୍ୟସେବା ବେହାଲ ହେଲାଣି । ସ୍ଵାସ୍ଥ୍ୟକୁ ସବୁଠୁ ଅଧିକ ଗୁରୁତ୍ଵ ଦିଆଯାଉଥିବା ରାଜ୍ୟ ସରକାର ପ୍ରତି ମୁହୂର୍ତ୍ତରେ କହୁଛନ୍ତି । ହେଲେ ବାସ୍ତବରେ କେତେ ଦୂର ତାହା ଠିକ୍ ତାହା ସମସ୍ତେ ଜାଣନ୍ତି । ସ୍ଥିତି ଏମିତି ହେଲାଣି ଯେ ସହର ଉପକଣ୍ଠରେ ତ ଲୋକମାନେ ଠିକ୍ରେ ସ୍ଵାସ୍ଥ୍ୟସେବା ପାଉନାହାନ୍ତି ସେଇଠି ଉପାନ୍ତ ଅଂଚଳ କଥା ପଚାରେ କିଏ ? ଜଟଣୀର ମେଡିକାଲକୁ ଆସିଥିବା ଜଣେ ବ୍ୟକ୍ତି ନବୀନ ବାବୁଙ୍କ ଖୋଲିଛନ୍ତି ଗୁମର ।
ଥଣ୍ଡା, କାଶ ହେଲେ ବି ରୋଗୀ ହେଉଛନ୍ତି ରେଫର । ସାଧାରଣ ଗ୍ୟାସ ଇଞ୍ଜେକସନ ବି ଜଟଣୀ ମେଡିକାଲରେ ମିଳୁନି । ଏମିତି ସ୍ଥିତିରେ ରୋଗୀ କେମିତି ଚିକିତ୍ସା ସେବା ପାଉଥିବେ ତାହା ଉଣା ଅଧିକେ ଆପଣ ଜାଣିଥିବେ । ସମସ୍ୟା ଏତିକିରେ ସରିନି ବରଂ ମେଡିକାଲରେ ଠିକ୍ ସମୟରେ ଠିକ୍ ରୋଗୀ ସେବା ମିଳୁନି । ଆଉ ରେଫର କରିବାକୁ ଯେମିତି ଡାକ୍ତର ଅନାଇ ବସିଛନ୍ତି ।
ରେଫର ବେଳକୁ ରୋଗୀ ବଞ୍ଚିଥିବ ତ ?
ଅସମାୟିତ ପ୍ରଶ୍ନ ଏବେ ଉଙ୍କି ମାରୁଛି
📱 Get Argus News App
✨ଚରମ ଅବହେଳାରେ ଜଟଣୀ ମେଡିକାଲ । ବାହାର ଚଇନି ଚିକ୍କଣ, କିନ୍ତୁ ଭିତର ପୂରା ଫମ୍ପା । ଅର୍ଥାତ୍ ମେଡିକାଲକୁ ଦେଖିବା ପରେ ଯିଏ ନାହିଁ ସିଏ ଭାବିବ ପୂରା ଚକାଚକ । ହେଲେ ଭିତରେ କିନ୍ତୁ ଚିକିତ୍ସାର ଘୋର ଅବହେଳା । ସେଇଥି ଲାଗି ତ କ୍ୟାମେରା ସାମ୍ନାରେ ବିଷୋଦଗାର କରିଛନ୍ତି ଏହି ବ୍ୟକ୍ତି ଜଣକ । ତେବେ ଏଠାରେ ପ୍ରଶ୍ନ, ଯଦି ସ୍ଵାସ୍ଥ୍ୟ ସେବାକୁ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି ତାହାଲେ ଏମାନେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହା କ'ଣ ମିଛ ? କାହିଁକି ମିଛ କହୁଛନ୍ତି ସରକାର ? ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏତେ ତଳ ସ୍ତରକୁ କ'ଣ କିଏ ଖସିପାରେ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଉତ୍ତର ମିଳୁନି ।
ଆହୁରି ପଢନ୍ତୁ ଓଡିଶା ଖବର...