|
logo
Live

Argus News - ଦାଦନ ପ୍ରବଣ ଜିଲ୍ଲାରେ ଶ୍ରୀହୀନ ଶିଳ୍ପାଞ୍ଚଳ

Odisha

ଦାଦନ ପ୍ରବଣ ଜିଲ୍ଲାରେ ଶ୍ରୀହୀନ ଶିଳ୍ପାଞ୍ଚଳ

Smruti Parija
Browse all articles by Smruti Parija
·1 year ago·2 min read
ଦାଦନ ପ୍ରବଣ ଜିଲ୍ଲାରେ ଶ୍ରୀହୀନ ଶିଳ୍ପାଞ୍ଚଳ

ବ୍ରହ୍ମପୁର: ଦାଦନ ପ୍ରବଣ ଜିଲ୍ଲାରେ ଶ୍ରୀହୀନ ଶିଳ୍ପାଞ୍ଚଳ । ନଜର ପକାନ୍ତୁ ଜିଲ୍ଲାରେ ଥିବା 5 ରୁ 6 ଟି ଶିଳ୍ପାଞ୍ଚଳ ଉପରେ । ବ୍ରହ୍ମପୁର ହେଉ କି ଭଞ୍ଜନଗର, ହଳଦିଆପଦର ହେଉ କି ଛତ୍ରପୁର କିମ୍ବା ଗୋପାଳପୁର ରୁ ଆମ୍ବପୁଆ ପ୍ରତ୍ୟେକ ସ୍ଥାନ ରେ ଶିଳ୍ପାଞ୍ଚଳ ସମ୍ପୂର୍ଣ୍ଣ ସଙ୍କଟରେ। ଏ ଦୃଶ୍ୟ ହେଉଛି  ୩୪.୫୩୮ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ଛତ୍ରପୁର ଶିଳ୍ପାଞ୍ଚଳର। ୨୫.୫୩୮ ଏକର ବିକ୍ରି ଯୋଗ୍ୟ ଜମିରୁ ୨୧ଏକର ୨୦୮ ଡେସିମିଲ୍ ଜମି ଉଦ୍ୟୋଗୀଙ୍କୁ ଦିଆଯାଇଥିଲା। ସେଥରେ ୧୯ଟି ଶିଳ୍ପସଂସ୍ଥା ଗଢ଼ି ଉଠିଥିଲା। ହେଲେ ଏବେ ସେଠାରେ ଗୋଟିଏ ବି ସଂସ୍ଥା ଚାଲୁନାହିଁ । 
ଦିଆଯାଇଥିବା ଜମି ମଧ୍ୟରୁ କିଛି ଜମିର  ଦୁରୁପଯୋଗ ହୋଇଥିବା ସୂଚନା ମିଳିଛି। ସେହିପରି ଛତ୍ରପୁର କାଲିପଲ୍ଲୀ ମୌଜାରେ ଟାଟା ଅଧିକୃତ ହୋଇଥିବା ଜମି ପ୍ରକଳ୍ପ ନିର୍ମାଣ କାମରେ ଲାଗିଲା ନାହିଁ ।

ବିଭିନ ଶିଳ୍ପ ସଂସ୍ଥା ନିର୍ମାଣ ପାଇଁ ୨୦୬.୬୮୫ ଡେସିମିଲ ଜମି ନେଇଥିଲା ଟାଟା ହେଲେ ସେଠାରେ କିଛି ଜମିରେ ପ୍ରକଳ୍ପ ହୋଇଥିବା ବେଳେ ଅନ୍ୟ ସମସ୍ତ ଜମି ପଡିଆ ପଡିଛି । ଅନ୍ୟପଟେ ୧୭.୯୦୩ ଏକର ଜମିରେ ଭଞ୍ଜନଗର ଠାରେ ପ୍ରତିଷ୍ଠା ହୋଇଛି ଏକ ଶିଳ୍ପାଞ୍ଚଳ। ୧୬.୮୩୦ ଏକର ବିକ୍ରି ଯୋଗ୍ୟ ଜମି ରହିଛି। ଏହି ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟୋଗୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉନାହିଁ। ପ୍ରାୟ ଦୁଇ ଦଶନ୍ଧି ବିତିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାତ୍ର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିଛି।

ସେହିପରି ବ୍ରହ୍ମପୁର ସ୍ଥିତ ଆଙ୍କୁଲିରେ ଥିବା ଶିଳ୍ପାଞ୍ଚଳ ଉପରେ ନଜର ପକାନ୍ତୁ। ଦୀର୍ଘ 41ବର୍ଷ ପୂର୍ଵରୁ ନିର୍ମାଣ ହୋଇଥିଲା ଏହି ଶିଳ୍ପାଞ୍ଚଳ । ହେଲେ ଏବେ ଏହାର ଅବସ୍ଥା ଦୟନୀୟ । 13.138ଏକର ଜମିରେ ନିର୍ମାଣ କରାଯାଇଛି ଏହି ଶିଳ୍ପ କରିଡର। ପୁରା ଅଞ୍ଚଳରେ 54ସେଡ ରହିଛି। କିନ୍ତୁ ଆନୁମାନିକ 4ରୂ 5ଟି ହାତ ଗଣତି ଶିଳ୍ପ ଚାଲୁଥିବା ବେଳେ ପୁରା ଅଞ୍ଚଳ ଆଜି ଖାଁ ଖାଁ। ଯେଉଁଠି କି 50ରୁ ଉର୍ଦ୍ଧ ଶିଳ୍ପ ଏଠି ଗଢି ଉଠିଥିଲା। ହ୍ୟାଣ୍ଡଲୁମ ଠୁ ଆରମ୍ଭ କରି ହାତ ଘଣ୍ଟା, ଦାନା ଫାକ୍ଟ୍ରି, ସୁତାରେ ରଙ୍ଗଦିଆ ଶିଳ୍ପ,ଔଷଧ, ତେଲ ଏବଂ ବରଫ କଳ । ଗଞ୍ଜାମ ଜିଲାର ସର୍ବବୃହତ ଶିଳ୍ପାଞ୍ଚଳ ରଙ୍ଗେଇଲୁଣ୍ଡା ବ୍ଲକ ହଳଦିଆପଦରସ୍ଥିତ ଅଟୋନଗର । ଦୀର୍ଘ ୩୩ ବର୍ଷ ହେଲା ଏକ ଦୂଷିତ ପରିବେଶରେ ଥିବା ଏହି ଶିଳ୍ପାଞ୍ଚଳ ନିଜ ଅସ୍ତିତ୍ବ ଖୋଜୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୯୦ ଦଶକରେ ନିର୍ମାଣ ହୋଇଥିବା ଅଟୋନଗର କେବଳ ଅଟୋମୋବାଇଲ ସେକ୍ଟର ପାଇଁ ପ୍ରଯୁଜ୍ୟ । ରାତି ହେଲେ ଅଟୋନଗର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟୁଛି। ବଡ଼ କଥା ହେଲା ୩୦ରୁ ୪୦ ପ୍ରତିଶତ ପ୍ଲଟରେ ଲୋକେ କିଛି କରିନାହାନ୍ତି । ଷ୍ଟ୍ରିଟ ଲାଇଟ, ରୋଡ, ଡ୍ରେନେଜ ବ୍ୟବସ୍ଥା ନାହିଁ। ଯେଉଁ ରାସ୍ତା ରହିଛି ପ୍ରାୟ ସ୍ଥାନରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ଖାଲ । ଅର୍ଥ ଅଭାବରୁ ଉଦ୍ୟୋଗପତିମାନେ କୌଣସି ଉଦ୍ୟୋଗ ଖୋଲିପାରୁନାହାନ୍ତି । ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବପୁଆରେ ଆଇଟି ପାର୍କ ପରିକଳ୍ପନା କରାଯାଇଥିଲା । ଏଥିଲାଗି ୪ ଏକର ୯୭୦ ଡେସିମିଲ୍ ଜମି ନିଆଯାଇଛି । କିନ୍ତୁ ବର୍ତ୍ତମାନ ତାହା ଘୋଷଣା ରେ ହିଁ ସୀମିତ ରହିଯାଇଛି ।

24 ବର୍ଷର ବିଜେଡ଼ି ସରକାର ସମୟରେ ହୋଇଥିବା ଶିଳ୍ପ ବନ୍ଦ ହୋଇ କୋମାକୁ ଚାଲିଯାଇଛି । ଅନ୍ୟପଟେ ବିଜେପି କହିଛି ଗଞ୍ଜାମ ଜିଲ୍ଲାର ଅଟୋନଗର, ଆଙ୍କୁଲି ସମେତ ସାରା ରାଜ୍ୟରେ ଶିଳ୍ପାଞ୍ଚଳକୁ ଆକ୍ଟିଭ କରିବା ଲାଗି ଆମ ସରକାର ପଦକ୍ଷେପ ନେବ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ଦାଦନ ପ୍ରବଣ ଜିଲ୍ଲାରେ ଶ୍ରୀହୀନ ଶିଳ୍ପାଞ୍ଚଳ | Argus News