Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ

Smruti Parija
Browse all articles by Smruti Parija
·2 years ago·3 min read
ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ

Key Points

  • ଜୋର ଧରିଲା ପାଣି ପାଇଁ ମହିଳାଙ୍କ ଆକ୍ରୋଶ
  • ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ଘେରିଲେ ନିଜ ଅଞ୍ଚଳବାସୀ
  • ବିଜେଡି ସରକାରର ଅପାରଗତାରୁ ସବୁଠି ପାଣି ପାଇଁ ହାହାକାର
  • ହିଞ୍ଜିଳିରୁ ଘସିପୁରା, ମାହାଙ୍ଗାରୁ ମହାକାଳପଡ଼ା 
  • ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ
  • ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ, 25 ବର୍ଷ ଶାସନରେ କଣ ଏମିତି ହୋଇଛି ରୂପାନ୍ତରୀକରଣ ?
  • ମୋଦି 10 ହଜାର କୋଟି ଟଙ୍କା ଦେବା ସତ୍ବେ କାହିଁକି ଓଡ଼ିଶାରେ ସ୍ଥିତି ବିକଟ ?

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁ । ଇଏ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନିର୍ବାଚନୀ କ୍ଷେତ୍ରର ଦୃଶ୍ୟ । ଗାଁଠୁ ୨ କିଲୋମିଟର ଦୂରରେ ଥିବା କୁଶେଇ ନଦୀରେ ଚୁଆ କରି ପାଣି ଅଣନ୍ତି ମହିଳା। ଦଶକ ଦଶକ ଧରି ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। କିନ୍ତୁ ସମାଧାନ କରିବାରେ ଫେଲ୍ ମାରିଛନ୍ତି ମୋଟ ପାଞ୍ଚ ଥର ଓ 2009ଠାରୁ ଲଗାତାର 3 ଥର ବିଧାୟକ ରହିଥିବା ବଦ୍ରି ନାରାୟଣ ପାତ୍ର। ଆଉ ଦିନକ ତଳେ ଏମିତି ସାମ୍ନାକୁ ଆସିଲା ବିଜେଡି ବିଧାୟକଙ୍କ ବିରୋଧରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବିଧାୟକଙ୍କୁ ଘେରି ମହିଳା ଜଣାଇଲେ ଆକ୍ରୋଶ। 

 ଇଏ ତ ଭାତହାଣ୍ଡିରୁ ଗୋଟିଏ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ନେଇ ଘସିପୁରା, ମାହାଙ୍ଗାରୁ ମହାକାଳପଡ଼ା। ବିଜେଡି ସରକାରର ଅପାରଗତାରୁ ସବୁଠି ପାଣି ପାଇଁ ହାହାକାର । ବାଙ୍କୀରୁ କଣ୍ଟାବାଞ୍ଜି, ରାଉରକେଲାରୁ ଗଜପତି ସବୁଠି ପିଇବା ପାଣି ପାଇଁ ରାଜ୍ୟବାସୀ କେମିତି ହେଉଛନ୍ତି ଡହଳ ବିକଳ ଏହି ଦୃଶ୍ୟ ହେଉଛି ତାର ପ୍ରମାଣ। 

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ବଡ଼ଖଣ୍ଡି ପଂଚାୟତବାସୀ ପିଇବା ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ। ପ୍ରକଳ୍ପ ହୋଇଛି, ଟ୍ୟାପ୍ ଲାଗିଛି, କିନ୍ତୁ ଲୋକଙ୍କୁ ମିଳୁନି ପାଣି। ଖରାଦିନରେ ଜଳକଷ୍ଟରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। କିନ୍ତୁ ଶୁଣିବାକୁ କେହିନାହିଁ। 

ଇଏ ଟାଣୁଆ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗା କୁହୁଣ୍ଡା ପଞ୍ଚାୟତର ଦୃଶ୍ୟ। ଏଠି ଏବେ ବି ଗାଡ଼ିଆ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ହଜାର ହଜାର ଲୋକ। 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଗମ୍ହା ଗାଁର 120 ପରିବାର ଦୂଷିତ ପାଣି ପିଇ ହେଉଛନ୍ତି କୀଡନୀ ରୋଗରେ ଆକ୍ରାନ୍ତ। ଏ ଅଞ୍ଚଳରୁ ଲଗାତାର ବିଧାୟକ ହେବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଛନ୍ତି ଅତନୁ ସବ୍ୟସାଚୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଏ ଟାଣୁଆ ବିଜେଡି ନେତା ତଥା କୃଷିମନ୍ତ୍ରୀ ରାଜା ସ୍ବାଇଁଙ୍କ ନିର୍ବାଚନୀ କ୍ଷେତ୍ର ଆଠଗଡ଼ର ଚିତ୍ର। ଇଚ୍ଛାପୁର ପଞ୍ଚାୟତ ପୁରୁଣା ପତଣ୍ଡା ଗାଁର ଲୋକେ ଦୂଷିତ ନଳକୂଅ ପାଣିରୁ ମୁକ୍ତି ପାଇଁ ଚୁଆ ପାଣିକୁ କରିଛନ୍ତି ଭରସା। 

ଇଏ ସାରା ରାଜ୍ୟର ସ୍ଥିତି। ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ। ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଏହାକୁ ନେଇ ରାଜ୍ୟର ବିଜେଡି ସରକାରଙ୍କୁ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଶ୍ନ କରିଛନ୍ତି ବିଜେଡିର 25 ବର୍ଷ ଶାସନରେ କଣ ଏମିତି ହୋଇଛି ଓଡ଼ିଶାର ରୂପାନ୍ତରୀକରଣ ? ଓଡ଼ିଶାର ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10,207 କୋଟି ଟଙ୍କା ଦେବା ସତ୍ବେ ରାଜ୍ୟରେ କାହିଁକି ଉତ୍କଟ ପାନୀୟ ଜଳ ସ୍ଥିତି। 

ବିଜେଡି ଶାସନର 25 ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ 24 ଲକ୍ଷ ପରିବାର। ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି 31.2 ପ୍ରତିଶତ ପରିବାରଙ୍କୁ ମିଳୁନାହିଁ ଶୁଦ୍ଧ ପିଇବା ପାଣି। ନିକଟରେ ରାଉରକେଲା, ସମ୍ବଲପୁର, ରେଢ଼ାଖୋଲ ଓ ପୁରୀରେ ଜଣ୍ଡିସ ତାର ଉଦାହରଣ । ଗତ 5 ବର୍ଷରେ ହର ଘର୍ ନଳ ଯୋଜନାରେ କେନ୍ଦ୍ରରୁ ଆସିଥିବା ପାଣ୍ଠିର 50 ପ୍ରତିଶତ ବି ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର ।

ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି। 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ। ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ। 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Lack of political will is behind people's lack of access to water | Argus News