Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁନ୍ ସରିବାକୁ ବସିଲାଣି, ହେଲେ ବର୍ଷାର ନାହିଁ ଦେଖା

Smruti Parija
Browse all articles by Smruti Parija
·2 years ago·1 min read
ଜୁନ୍ ସରିବାକୁ ବସିଲାଣି, ହେଲେ ବର୍ଷାର ନାହିଁ ଦେଖା

Key Points

  • ଚିନ୍ତା ବଢାଇଲା 21 ଜିଲ୍ଲାରେ ନିଅଣ୍ଟିଆ ବର୍ଷା 
  • ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗିରରେ ସ୍ଥିତି ଅତି ଉତ୍କଟ  
  • ରାଜ୍ୟରେ ସ୍ବାଭାବିକ ବର୍ଷା ତୁଳନାରେ 39 ପ୍ରତିଶତ କମ୍ 
  • ମୌସୁମୀର ଲୁଚକାଳି ଖେଳରେ ଚାଷ କାର୍ଯ୍ୟ ବିଳମ୍ବ
  • ବର୍ଷାକୁ ଚାତକ ଭଳି ଅନାଇ ବସିଛି ହତାଶ ଚାଷୀ
     

ଅର୍ଗସ ବ୍ୟୁରୋ: ଜୁନ୍ ସରିବାକୁ ବସିଲାଣି । ହେଲେ ବର୍ଷାର ନାହିଁ ଦେଖା । ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୮୩.୬ ମିମି ବର୍ଷା ହେବା କଥା । ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରି ନାହିଁ । ୨1ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଅତି ଉତ୍କଟ ରହିଛି । ପୁରୀରେ ସର୍ବାଧିକ ୭୧% ନିଅଣ୍ଟିଆ ହୋଇଥିବାବେଳେ ମୟୂରଭଞ୍ଜରେ ୬୮%, ବାଲେଶ୍ବରରେ ୬୩%, ବଲାଙ୍ଗୀରରେ ୬୧% ନିଅଣ୍ଟିଆ ରେକର୍ଡ ହୋଇଛି । 5 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ସେପଟେ ମୌସୁମୀର ଲୁଚକାଳି ଖେଳ ଭିତରେ ହନ୍ତସନ୍ତ ଚାଷୀ।ଆକାଶରେ କଳାହାଣ୍ଡିଆ ମେଘ ଦିଶୁଛି, ହେଲେ ବର୍ଷାର ନାହିଁ ଦେଖା । ଏତେବେଳକୁ ଧାନ ବୁଣିବା ସାଙ୍ଗକୁ ତଳି ପକାଇ ରୁଆ ବେଉଷଣ ପାଇଁ ପ୍ରସ୍ତୁତ ହୋଇଥାଏ । ହେଲେ ଚଳିତ ବର୍ଷ ଧାନ ବୁଣା ତ ଦୂରର କଥା ନିଜ ଜମିକୁ ବି ପ୍ରସ୍ତୁତ କରିପାରୁନାହିଁ ଚାଷୀ ।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ସହ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି । ବର୍ଷା ଅଭାବରୁ ହାତ ବାନ୍ଧି ବସିଛି ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ଆଗମନ ଦେଖି ଭଲ ଚାଷ ହେବା ନେଇ ଆଶା ବାନ୍ଧିଥିଲା ଚଷା ପୁଅ । ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କୁ ଘାରିଲାଣି ଗଜା ମରୁଡି ଡର । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
lack-of-rain-fall-in-odisha | Argus News