Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଳକର  ନଳଦିଆ ଓ କଟକଣା ଗାଁ । ଏହି ଦୁଇଟି ଗାଁର ୨୫୦୦ ରୁ ଅଧିକା ଲୋକ ଯାତାୟତ ପାଇଁ ଵ୍ରାହ୍ଣଣୀ ନଦୀର ପୋଲ ଉପରେ ନିର୍ଭର କରନ୍ତି।  ନଦୀ ପାର ହେଵା ପାଇଁ ଏହି ପୋଲଟି ଏକ ମାତ୍ର ସାହାର ହୋଇଥିଵା ଵେଳେ ପୋଲର ଅଵସ୍ଥା ନକହିଵା ଭଲ। କେଉଁଠି ପୋଲର ଵାଡ ଭଙ୍ଗି ତଳକୁ ଗଳି ପଡିଲାଣି ତ ଆଉ କେଉଁଠି ରଡ୍ ଵାହରି ସାମ୍ନାକୁ ଦିଶୁଛି । କେତେ ଵେଳେ କେଉଁ ଅଘଟଣ ଘଟିଵ ତାହା ଜଣା ନାହିଁ । ମାତ୍ର ବିକଳ୍ପ ନଥିବାରୁ ଏହି ପୋଲ ଦେଇ ଆତଯାତ କରୁଛନ୍ତି ଅଞ୍ଚଳଵାସୀ।

ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। କାମ ଆରମ୍ଭ ପାଇଁ ଫଳକ ମଧ୍ୟ ଲଗାଯାଇଛି ।  କିନ୍ତୁ ହେଉନି ପୋଲ କାମ । ଵିଜୁସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ୫ କୋଟି ୬୫ ଲକ୍ଷ ୪୭ ଲକ୍ଷ ୨୩୫ ଶହ ଟଙ୍କା ବ୍ୟୟବରାଦ ହୋଇଥିଵା ଵେଳେ  ଠିକାଦାର ଅଧା ପନ୍ତରିଆ କାମକରି ଦେଖା ଦେଉ ନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ନଳଦିଆ ଓ କଟକଣାବାସୀଙ୍କୁ ସେତୁ ଚିନ୍ତା । ମାତ୍ର ଅର୍ଥ ମଞ୍ଜୁର ପରେବି ହୋଇ ପାରୁନି ସେତୁ ନିର୍ମାଣ ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lactating millions of rupees by putting up placards | Argus News