Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ମହାପାଟ ପର୍ବ

Smruti Parija
Browse all articles by Smruti Parija
·2 years ago·1 min read
ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ମହାପାଟ ପର୍ବ

ବାଲେଶ୍ୱର:  ପ୍ରସିଦ୍ଧ ଚଡ଼କ ମେଳାର ଆଜି ଶେଷ ଦିନ ବା ମହାପାଟ ପର୍ବ । ଏହି ଚଡ଼କ  ମେଳା ଦୀର୍ଘ ୧୩ ଦିନ ଧରି ଚାଲିଥିଲା ବେଳେ ଆଜି ଆଉ ଅଳ୍ପ ସମୟ ପରେ ଉଦଯାପିତ ହେବ । ଚଡ଼କ ମେଳାର ପାଟପର୍ବ ହେଉଛି ଶ୍ରେଷ୍ଠ ପର୍ବ । ଏହା ଭାତୃତ୍ଵର ପର୍ବ ବୋଲି କୁହାଯାଏ । ଭକ୍ତମାନେ ହlକାଣ୍ଡ ପୋଖରୀକୁ ଯାଇ ପରସ୍ପରକୁ ଫୁଲ ଚନ୍ଦନ ଦେଇ ଆଲିଙ୍ଗନ ପୂର୍ବକ ଆସନ୍ତାବର୍ଷ ଚଡ଼କ ମେଳାକୁ ଆସିବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି । 

ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଶିବ ପାର୍ବତୀଙ୍କ ପ୍ରତୀକ ଘଟ ଧରି ମନ୍ଦିରକୁ ଆସିଥାନ୍ତି । ପାଟପର୍ବର ବିଶେଷ ଆକର୍ଷଣ ହେଉଛି ଭକ୍ତମାନେ ନିଜର ପେଟ, ଛାତି, ହାତ, ପିଠି ଓ ଜିଭରେ କଣ୍ଟା ବଦ୍ଧ କରି ଚନ୍ଦନେଶ୍ବରଙ୍କ ନିକଟରେ ନିଜର ମାନସିକ ପୂରଣ କରିଥାନ୍ତି । ଶାନ୍ତି ଶୁଙ୍ଖଳା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯlଇଛି । ତେବେ ଚଳିତ ବର୍ଷ ଚଡକ ଯାତ୍ରାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ମାନସିକ ପୂରଣ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lakhs-of-devotees-gathered-to-witness-of-Baba Chandaneshwar's famous Mahapat festival | Argus News