Videos
|
Odisha

ଦୁର୍ଦ୍ଦିନରେ ରାଜ୍ୟର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦୁର୍ଦ୍ଦିନରେ ରାଜ୍ୟର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ
  • ଦୁର୍ଦ୍ଦିନରେ ରାଜ୍ୟର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ
  • ସମସ୍ୟାରେ ବୁଡିଛନ୍ତି, ଅପହଞ୍ଚ ପାଲଟିଛି ସରକାରୀ ସୁବିଧା
  • ରାଜ୍ୟ ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ ଭାଗିଦାରକୁ କାହିଁକି ଏତେ ହତାଦର ?
  • ଫେବୃଆରୀରେ 6 ଦଫା ଦାବି ନେଇ ଗର୍ଜିଥିଲା ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ

ଅର୍ଗସ ବ୍ୟୁରୋ: ନେହୁର ବଙ୍ଗଳା ସେକ୍ଟର 21ରେ ରହିଛି ଓଡିଶାର ସର୍ବବୃହତ ମାଛଧାରା ବେଶ୍। ଏହିଠାରୁ ପ୍ରତିଦିନ ପାଞ୍ଚ ହଜାରରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଥାନ୍ତି। ନିଜ ଜୀବନକୁ ପାଣି ଛଡ଼ାଇ ମାଛ ଧରନ୍ତି। ବ୍ୟବସାୟ କରନ୍ତି। ଅଥଚ ଏତେ ପରିଶ୍ରମ ପରେ ହାତକୁ ଯେତେ ଆସେ ସେତକ ନା ପକେଟକୁ ସହାଏ ନା ପେଟକୁ।  ଯାହାକୁ ନେଇ ଦୀର୍ଘ ଦିନ ଧରି ହକ ଦାବି କରିଆସୁଛନ୍ତି ରାଜ୍ୟର 12 ଲକ୍ଷ ମତ୍ସ୍ୟଜୀବୀ। ଡିଜେଲ ଉପରୁ ଟିକସ ଛାଡ଼, ସମୁଦ୍ର ମୁହାଣର ନିୟମିତ ଡ୍ରେଜିଂ, ସମୁଦ୍ରକୁ ବିଷାକ୍ତ ଜଳ ନିଷ୍କାସନ ଉପରେ ରୋକ୍, କଇଁଛ ସୁରକ୍ଷା ଆଳରେ ମତ୍ସ୍ୟଜୀବୀଙ୍କ ଉପରେ ଅତ୍ୟାଚାର ବନ୍ଦ ସହିତ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ହେଲେ ଏ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର। ଯାହାକୁ ନେଇ ତେଜୁଛି ଅସନ୍ତୋଷ।

ବୋଟ ମାଲିକ ସଂଘ ପକ୍ଷରୁ ବାର୍ଷିକ 3ଶହ କୋଟି ଟଙ୍କାର ଟିକସ ନିଅନ୍ତି ରାଜ୍ୟ ସରକାର।  ଅଥଚ ମତ୍ସ୍ୟଜୀବୀଙ୍କ କଥା ଆସିବା ବେଳକୁ ମୁହଁ ମୋଡି ଦିଅନ୍ତି। ପ୍ରତିବର୍ଷ ଅଲିଭରିଡେଲଙ୍କ ସୁରକ୍ଷା ପାଇଁ ନଭେମ୍ବର  1-ରୁ ମେ 31ପ୍ରଯ୍ୟନ୍ତ ମାଛ ଧାରା ବନ୍ଦ ହୋଇଥାଏ ! ଯାହା ଏମାନଙ୍କ ରୋଜଗାରକୁ ପ୍ରଭାବିତ କରୁଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ବିକଳ୍ପ ବାଛିବାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର। ତେବେ ଯଦିଓ ଏହି ସମୟରେ ଅନ୍ୟବାଟ ଦେଇ ମତ୍ସ୍ୟଜୀବୀ ସମୁଦ୍ରକୁ ଯଇଥାନ୍ତି ତେବେ ଅଧିକ ବାଟ ଯିବାଆସ କରିବାକୁ ପଡୁଥିବାରୁ ଏହା ସେମାନଙ୍କ ସ୍ବଳ୍ପ ରୋଜଗାରକୁ ଆହୁରି ସ୍ବଳ୍ପ କରିଦେଉଥିବା ଅଭିଯୋଗ ହୋଇଛି।

ଗଲା ଫେବୃଆରୀ ମାସରେ 6 ଦଫା ଦାବି ନେଇ ରାଜଧାନୀରେ ଗର୍ଜିଥିଲେ ମତ୍ସ୍ୟଜୀବୀ ମହାସଂଘ। ହେଲେ ଏ ଦିଗରେ ପ୍ରତିକ୍ରିୟା ଶୂନ୍ୟ ରହିଲେ ରାଜ୍ୟ ସରକାର। ଦାବି ପୂରଣ ନହେଲେ ଆଗାମୀ ଦିନରେ 12 ଲକ୍ଷ ମତ୍ସ୍ୟ ଜୀବୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Lakhs of fishermen in the state are in dire straits | Argus News