|
logo
Live

Argus News - ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌ 

Odisha

ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌ 

Manini Pattanayak
Browse all articles by Manini Pattanayak
·1 year ago·2 min read
ସବୁଠୁ ଦାମୀ ଆମ୍ବ:  ଦାମ୍‌ ଶୁଣିଲେ ଉଡୁଛି ହୋସ୍‌ 

ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି  । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣେ ଯୁବ ପ୍ରକୃତି ପ୍ରେମୀ  ଏଭଲି ଆମ୍ବ ଚାଷ କରି ଚର୍ଚ୍ଚାରେ ଅଛନ୍ତି ।  ସମ୍ବଲପୁର ସହରରେ ସବୁଠୁ ଦାମୀ ଆମ୍ବ । ସହରର ବୁଢାରଜା ଅଂଚଳ ସୁବ୍ରତ ନାଥ ଙ୍କ ବଗିଚାରେ ଏଭଳି ଆମ୍ବ ଦେଖୁଵାକୁ ମିଲଛି । ଆମ୍ବର ନାଁ ହେଲା ମିୟାଜାକି । ବଜାରରେ ଆମ୍ବ କିଲୋ ପ୍ରତି ଅଢେଇ ଲକ୍ଷରୁ ୩ ଲକ୍ଷ ଟଙ୍କା ରହିଛି । ସୁବ୍ରତ ନାଥ ନିଜ ବଗିଚାରେ ୨ ବର୍ଷ ତଳେ ଏହି ଆମ୍ବ ଚାରାକୁ ଲଗାଇଥିଲେ । ଚଳିତ ବର୍ଷ ଏହି ଆମ୍ବ ଗଛରେ ପ୍ରଥମ କରି ଆମ୍ବ ଫଳିଛି । ଗଛରେ ମୋଟ ୧୦ ଟି ଆମ୍ବ ଫଳିଥିବା ବେଳେ ଓଜନ ୩ ରୁ ୪ ଶହ ଗ୍ରାମ ରହୁଛି।

ଜାପାନର ମିୟାଜାକି ସିଟିରେ ଏହି ଆମ୍ବ ବିଶେଷ ଭାବେ ଦେଖା ଯାଏ ବୋଲି ଏହାକୁ ମିୟାଜାକି ଆମ୍ବ ବୋଲି କୁହାଯାଏ ।   ଏହି ଆମ୍ବର ଔଷଦୀୟ ଗୁଣ ଓ ସ୍ଵାଦ ଅନ୍ୟ ଆମ୍ବଠୁ ସ୍ବତନ୍ତ୍ର ରହିଛି । ବାଇଗଣୀ-ଲାଲ ରଙ୍ଗର ଆମ୍ବ ରସପୁର୍ଣ୍ଣ ହେବା ସହ ବହୁତ ମିଠା । ଆମ୍ବ ଉପରେ ୨୦୨୧ରେ କରାଯାଇଥିବା ଗବେଷଣା ଅନୁସାରେ ଏଥିରେ ଆଣ୍ଟିକ୍ୟାନସର, ଆଣ୍ଟି ଇନଫ୍ଲାମେଟୋରି, ଆଣ୍ଟି ମାକ୍ରୋବାୟାଲ, ଆଣ୍ଟି ଅକ୍ସିଡାଣ୍ତ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷ ମତା ରହିଛି । ସ୍ତନ କର୍କଟ୍ଟ କ୍ଷେତ୍ରରେ ଏହି ଆମ୍ବ ଖାଇଵା ସମ୍ଭବତଃ ଲାଭଦାୟକ ହୋଇପାରେ ବୋଲି ଜଣାପଡିଛି। ସୁଵ୍ରତ ନାଥ ପେଶାରେ ଜଣେ ଯନ୍ତ୍ରୀ ଆଉ ନିଶାରେ ସେ ଜଣେ ପ୍ରକୃତି ପ୍ରେମି । ୨ ବର୍ଷ ତଳେ ସେ ୨ ହଜାର ଟଙ୍କା ଦେଇ ମିୟାଜାକି ଆମ୍ବର ଚାରା ସମ୍ବଲପୁର ଏକ ନର୍ସରୀ ରୁ କିଣି ଥିଲେ ।  ସମ୍ବଲପୁର ଜଳବାୟୁରେ ଏହି ଆମ୍ବ ସହଜରେ ୨ ବର୍ଷରେ ଫଳ ଦେଇପାରୁଛି । ଚାଷୀ ଏହାକୁ ଚାଷ କରି ଆନ୍ତର୍ଜାତିକ ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌  | Argus News