Videos
|
Odisha

ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍

ଅର୍ଗସ ବ୍ୟୁରୋ:  ୨୪ବର୍ଷ ଶାସନ କାଳରେ ମିଛ ବିକାଶ ପ୍ରହସନର ଜ୍ବଳନ୍ତ ମୁକସାଖି ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଦେଉଳି ଇଲେକ୍ଟ୍ରି ଷ୍ଟ୍ରକଚର। ସୀମାନ୍ତ ଉପଭୋକ୍ତାଙ୍କୁ ସୁବ୍ୟବସ୍ଥିତ ଭାବେ ବିଦ୍ୟୁତ ଶକ୍ତି ଯୋଗାଇ ଦେବା ଲାଗି ନେସ୍କୋ ପକ୍ଷରୁ ୨୦୧୩-୧୪ରେ ଷ୍ଟ୍ରକଚର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଏକ ବର୍ଷ ମଧ୍ୟରେ କାମ ସାରି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଅବସ୍ଥିତ ୬ଟି ପଂଚାୟତ ଦେଉଳି, ନୂଆଗାଁ, ଅଁଳାକୁଡା ,ଚୁହାଟ, ଝାଲିଆମାରା ଓ କାଣିମହୁଲି ର ହଜାର ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ମାତ୍ର ଗତ ବିଜେଡ଼ି ସରକାର ଓ ବାହୁବଳୀ ଠିକାଦାରର ବେପରୁଆ ମନୋଭାବ ଯୋଗୁଁ ସରୁନି ପ୍ରକଳ୍ପ କାମ । ଫଳରେ ୬ଟି ପଂଚାୟତର ଲୋକେ ଏବେବି ବିଦ୍ୟୁତ ସମସ୍ୟାରେ ଜୁଝି ହେଉଛନ୍ତି।

ଅଞ୍ଚଳବାସୀ ଏହା ବିରୋଧରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପୂର୍ବ ବିଜେଡ଼ି ସରକାର ସୀମାନ୍ତବାସୀଙ୍କ ସ୍ବରକୁ କର୍ଣ୍ଣପାତ କରିନଥିଲେ। ଏବେ ସମୟ ପରିବର୍ତନ ହୋଇଛି, ସରକାର ବଦଳିଛି, ଏବେ ଲୋକଙ୍କ ସରକାର ଆସିଛି,ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର ହେଇଛି । ମୋରଡ଼ା ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଶକ୍ତି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆସି ଅଞ୍ଚଳ ବାସୀଙ୍କ ସହ କଥା ହୋଇ ପ୍ରକଳ୍ପ ସାରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ହୋଇପାରିଲା ନାହିଁ ଗତ ସରକାରରେ ତାହା ସଫଳ ହେବ ମୋହନ ସରକାରରେ। ନିଶ୍ଚିତ ଭାବରେ ଲୋକଙ୍କ ସ୍ଵପ୍ନ ପୁରାଣ ହେବାକୁ ଯାଉଛି ଏବଂ ଗତ ସରକାରର କାର୍ଯ୍ୟ ଉପରେ ଅଞ୍ଚଳ ବାସୀଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lakhs of rupees loot in the name of development | Argus News