Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିମ୍ନମାନର କାମ ଯୋଗୁଁ ପାଣିରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କା

Odisha

ନିମ୍ନମାନର କାମ ଯୋଗୁଁ ପାଣିରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·1 min read
ନିମ୍ନମାନର କାମ ଯୋଗୁଁ ପାଣିରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କା

 ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ବିଷମକଟକ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ସାହାଡା ପଞ୍ଚାୟତ ମେରଡି ଝୋଲା ଗାଁ ନିକଟର ଚେକଡ୍ୟାମ୍‌ର ଏ ଦୃଶ୍ୟ । ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏ ଡ୍ୟାମ୍ । ଉପରକୁ ଏହା ଚକାଚକ୍ ହେଲେ ଭିତରେ ଫମ୍ପା । ଫଳରେ କାମ ସରିବାର ୩ ମାସ ଗଲା ନାହିଁ । ୪୦ରୁ ୫୦ ଏକର ଚାଷ ଜମିକୁ ପାଣି ମଡ଼ାଇବା ଲକ୍ଷ୍ୟରେ ଏ ଡ୍ୟାମ ନିର୍ମାଣ ହୋଇଥିଲା । ହେଲେ ସବୁ କିଛି ଭାଙ୍ଗି ଚୁରମାର୍ ହୋଇଯାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ,  କଂକ୍ରିଟ ବଦଳରେ ବଡ଼ ବଡ଼ ପଥର ଓ ଡଷ୍ଟ ଗୁଣ୍ଡ ଜେଇଙ୍କ ଉପସ୍ଥିତିରେ ଠିକାଦାର ବ୍ୟବହାର କରିଛନ୍ତି । ଫଳରେ ଚେକଡ୍ୟାମ୍‌ର ଏ ଅବସ୍ଥା । 

ଚେକଡ୍ୟାମ୍‌ ଭାଙ୍ଗିବା ଘଟଣାକୁ ନେଇ ସୂଚନା ଅଧିକାରରେ ମଧ୍ୟ ଖୁଲାସା ହୋଇଛି । ସୂଚନା ଅଧିକାର ତଥ୍ୟରେ ସ୍ପଷ୍ଟ ହୋଇଛି ଯେ- ଫାଇନାଲ ବିଲ୍ ନ ହେବା ପୂର୍ବରୁ ଠିକାଦାର ଟେଣ୍ଡର ସମୟରେ ଦେଇଥିବା ୧୫ ପ୍ରତିଶତ ଲେସ୍ ଆମାଉଣ୍ଟ ମଧ୍ୟ ତାଙ୍କୁ ବିଭାଗ ପକ୍ଷରୁ ଦିଆଯାଇଛି । ଚେକଡ୍ୟାମର ଛାତରୁ ସେଣ୍ଟ୍ରିନ୍  ଖସିନି କି, ମୁଖ୍ୟଗେଟ୍‌ରେ କବାଟ ମଧ୍ୟ ଲାଗିନି । କିନ୍ତୁ ଠିକାଦାରଙ୍କୁ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ସହ ଟେଣ୍ଡର ସମୟରେ ଦେଇଥିବା ପନ୍ଦର ପର୍ସେଣ୍ଟ ଲେସ୍‌ ଆମାଉଣ୍ଟ । ଯେଉଁ ଟଙ୍କା ଫାଇନାଲ ବିଲ୍ ପରେ ଦିଆଯିବା ନିୟମ ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଠିକାଦାରଙ୍କୁ ଦଶହରା ଭେଟି ଦେଉଛନ୍ତି ବିଭାଗୀୟ ଅଧିକାରୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakhs of rupees were lost due to shoddy work | Argus News