Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚାକିରି ଦେବା ନାଁରେ ଶ୍ରମିକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

Odisha

ଚାକିରି ଦେବା ନାଁରେ ଶ୍ରମିକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଚାକିରି ଦେବା ନାଁରେ ଶ୍ରମିକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ଖୋର୍ଦ୍ଧା : ମହା-ଠକେଇ ର ଶିକାର ହେଲେ ଓଡ଼ିଆ ଦାଦନ ଶ୍ରମିକଙ୍କ ।  ଆବୁଧାବି ର ଏକ ଘରୋଇ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ୭୮ ଜଣ ଦାଦନ ଶ୍ରମିକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବିଜୟନଗରମ୍ ର  ଏକ ଲାଇଫ୍-ଲାଇନ୍ ଟ୍ରାଭେଲ୍ ଏଜେନ୍ସି । ଶତାଧିକ ଦାଦନ ଶ୍ରମିକ ଏହି ମହା-ଠକେଇ ର ଶିକାର ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଅଞ୍ଚଳର ଅଛନ୍ତି ୭୮ ଜଣ ଶ୍ରମିକ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ସ୍ଥାନୀୟ ପୋଲିସର ସହଯୋଗ ଲୋଡିଲେ ହେଲେ ଫଳ ଶୁନ୍। ଆଉ ଶେଷରେ କାନ-ମୁଣ୍ଡା କୁ ଆଉଁସି ଆଉଁସି ଘରକୁ ଫେରିଲେ ଏହି ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ । ବିଦେଶ ଯିବା , ଅଧିକ ଦୁଇ ପଇସା ରୋଜଗାର କରିବା ଲକ୍ଷରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଏକ ଠକ ସଂସ୍ଥା ସହିତ ଯୋଗାଯୋଗ କରି ଆଗୁଆ ଟଙ୍କା ଦେଇଦେଲେ , ଆଉ ଅଧା-ବାଟରେ ଠକାମୀ ର ଶିକାର ହୋଇଥିବା ଜାଣିବା ପରେ ଏବେ ରକ୍ଷା କର ରକ୍ଷା କର ବୋଲି ଚିତ୍କାର କରୁଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ବାଣପୁର-ବାଲୁଗାଁ ଅଞ୍ଚଳର ପ୍ରାୟ ୭୮ ଜଣ ଦାଦନ ଶ୍ରମିକ ଦୁବାଇର ଆବୁଧାବିରେ ଚାକିରୀ କରିବାକୁ ଆନ୍ଧ୍ର-ପ୍ରଦେଶ ବିଜୟନଗରମ୍ ଲାଇଫ୍ ଲାଇନ୍ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଜଣକା  ୬୦ ହଜାର ଟଙ୍କା ଲେଖାଏଁ ଏଜେନ୍ସିର ମ୍ୟାନେଜର  ଆର ରବାନାଙ୍କ ଫୋନ ପେ ରେ ଦେଲେ , ରସିଦ ମଧ୍ୟ ମିଳିଲା  ।  ପରେ ସମସ୍ତ ଙ୍କ ପାଖକୁ  ଇଣ୍ଡିଗୋ ଏୟରଲାଇନ ର ଟିକେଟ୍  ଓ ଭିଜା ଚେନ୍ନାଇରୁ ଆବୁଧାବି ପାଇଁ ଆସିଲା । ସମସ୍ତେ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସି ପାଖରେ ପହଁଚିଲା ବେଳକୁ ସେଠାରେ ତା'ର କୌଣସି ଅଫିସ୍ ନାହିଁ କି'  କାହାର ଦେଖା ମଧ୍ୟ ନାହିଁ । ଟିକେଟ ମଧ୍ୟ  ହୋଇଯାଇଛି ବୋଲି ଶ୍ରମିକମାନେ ଜାଣି ପାରିଲେ । ଏନେଇ ବିଜୟନଗରମ୍  ରୁରାଲ୍ ଥାନାରେ ଅଭିଯୋଗ କରିଛନ୍ତି ଶ୍ରମିକ । ପୋଲିସ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଠକାମୀ ର ଶିକାର ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।ଠକେଇ ରେ ଶିକାର ହୋଇଥିବା ଶ୍ରମିକ ମାନେ ଗାଁ କୁ ଫେରିଦେଇ ଥିବା ଟଙ୍କା ଫେରି ପାଇବା ପାଇଁ ରାଜ୍ୟ ସରକାରଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Lakhs of rupees were stolen from workers in the name of providing jobs | Argus News