Videos
|
Odisha

ବୃଦ୍ଧ ଓ ବୃଦ୍ଧାଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ  

Manini Pattanayak
Browse all articles by Manini Pattanayak
·1 year ago·1 min read
ବୃଦ୍ଧ ଓ ବୃଦ୍ଧାଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ  

ଭଦ୍ରକ:  ଘରେ କେହି ନଥିବା ବେଳେ ବୃଦ୍ଧ ଓ ବୃଦ୍ଧା ଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ 5 ମୁଖା ପିନ୍ଧା ଲୁଟେରା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବନ୍ଧ ଗାଁ ପଂଚାୟତର ଭୁଳିଆଛକ ନିକଟରେ ଥିବା ଫାର୍ମ ହାଉସରେ  ଏପରି ଘଟଣା ଘଟିଛି।

ଘର ମାଲିକ ଦୁବାଇରେ ରହୁଥିବାରୁ ବାପା ଓ ମାଆ ଘରେ ଏକାକୀ ରହୁଥିଲେ। ଫାର୍ମ ହାଉସ ରେ ବୟସ୍କ ଲୋକେ ଏକାକୀ ରହୁଥିବାରୁ  ଡକାୟତି  ହୋଇଥିବା ସୂଚନା। 5 ଜଣ ମୁଖା ପିନ୍ଧା ଲୁଟେରା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଘରକୁ ପଶିବା ସହ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।  ଲୁଟେରା ମାନେ ବାଇକରେ ମୁଖା ସହିତ ହେଲମେଟ ପିନ୍ଧି ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା କୁହାଯାଉଛି।  ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: