Missing Commission Files / ପୁଣି ଚର୍ଚ୍ଚାରେ କମିଶନ ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
·1 hour ago·2 min read

Key Points
ପୁଣି ଚର୍ଚ୍ଚାରେ କମିଶନ ଫାଇଲ ହଜିବା ଘଟଣା
ଆକ୍ସନ ମୋଡରେ ଥିଲା କମିଶନରେଟ ପୋଲିସ
କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ସରକାର କହିଲେ ଠିକଣା ସମୟରେ ସାମ୍ନାକୁ ଆସିବ ସତ
ଆକ୍ସନ ମୋଡରେ ଥିଲା କମିଶନରେଟ ପୋଲିସ
କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ସରକାର କହିଲେ ଠିକଣା ସମୟରେ ସାମ୍ନାକୁ ଆସିବ ସତ
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଫାଇଲକୁ ନେଇ ପୁଣି ତେଜିଲା ରାଜନୀତି । କ୍ରାଇମବ୍ରାଞ୍ଚର ତଦନ୍ତ ବାଟବଣା ଓ ଶିଥିଳ ହେଲା କି ବୋଲି ପ୍ରଶ୍ନ କରି ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଜବାବ ରଖିଛି ବିଜେପି । ପ୍ରଥମେ ପୋଲିସ ତଦନ୍ତ ଆରମ୍ଭ କରି ପୂର୍ବ ସରକାରର ପାୱାରଫୁଲ ଅଫିସରଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସରେ କାମ କରୁଥିବା କିରାଣୀଙ୍କ ଘରେ ଚଢାଉ କରିଛି ।
୨୭ ଜୁଲାଇ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତ ବାର୍ଷିକୀ ପାଳନର ଠିକ ଗୋଟିଏ ଦିନ ପୂର୍ବରୁ କମିଶନ ଫାଇଲ ହଜିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ୨ ଦିନ ପରେ ତଦନ୍ତ ନିର୍ଦ୍ଦେଶକୁ ପୂରିବ ମାସେ । କିନ୍ତୁ ଏଯାଏଁ ତଦନ୍ତର ଷ୍ଟାଟସ କ'ଣ ? କାହାକୁ ତଦନ୍ତ ପରିସରଭୁକ୍ତ କଲାଣି କ୍ରାଇମବ୍ରାଞ୍ଚ ? ଆଉ କାହାକୁ କଲାଣି ନୋଟିସ ? ତାକୁ ନେଇ ତେଜିଛି ରାଜନୀତି । କଂଗ୍ରେସର ଅଭିଯୋଗ ପୋଲିସ ଠିକ୍ ତଦନ୍ତ କରୁଥିଲା ଘଟଣା ଚାପିଦେବାକୁ କ୍ରାଇମବ୍ରାଞ୍ଚକୁ ଦିଆଗଲା । ବିଜେଡି କ୍ରାଇମବ୍ରାଞ୍ଚ ତଦନ୍ତକୁ ନାଟକ ବୋଲି କହିଛି । ଯାହାକୁ କାଉଣ୍ଟର କରି ବିଜେପି କହିଛି ସରକାରରେ କୌଣସି କଥା ଲୁଚିବନି । କ୍ରାଇମବ୍ରାଞ୍ଚ ସତ ନିହାତି ପଦାକୁ ଆଣିବ ।
ବଡ଼ କଥା ହେଉଛି କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରୁ କରୁ ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସହ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ବି ଛାନଭିନ କରିଥିଲା । ଏହା ସହ ପୂର୍ବ ସରକାରଙ୍କ ପାୱାରଫୁଲ ଅଫିସର ଭୈରବ ପାଣ୍ଡିଆନ, ରାଜେଶ ବର୍ମା, ମନୋଜ ମିଶ୍ର, ୟୁଏନ ବେହେରାଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ମନୋଜ ମିଶ୍ର ଥାନାରେ ହାଜର ହୋଇ ତଥ୍ୟ ରଖିଥିବା ବେଳେ ପାଣ୍ଡିଆନ ବିଦେଶରେ ଥିବାରୁ ସମୟ ମାଗିଥିଲେ । ଅନ୍ୟ କାରଣ ଦର୍ଶାଇ ନୋଟିସକୁ ଏଡାଇ ଯାଇଥିଲେ ରାଜେଶ ବର୍ମା ଏବଂ ୟୁଏନ ବେହେରା । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ପରେ କେବଳ ୪ ଅଗଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ବିଏନ ମହାରଣାଙ୍କ ଘରେ ରେଡ୍ କରିଥିଲା । ତେବେ ସେଠାରୁ କ୍ରାଇମବ୍ରାଞ୍ଚ ହାତରେ କ'ଣ ଲାଗିଲା । ତାପରେ କେମିତି ଆଗକୁ ବଢୁଛି କ୍ରାଇମବ୍ରାଞ୍ଚ ସେନେଇ ସ୍ପଷ୍ଟ ହେଉନି । ଅନ୍ୟ ପଟେ ସ୍ଵାମୀଜୀଙ୍କ ଶତବାର୍ଷିକୀର ଯୋଗ ଦେଇ ନିଜେ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର କରି ଫାଇଲ ଗାଏବ କରାଯାଇଥିବା ଭଳି ସଙ୍ଗୀନ କଥା ସାମ୍ନାକୁ ଆଣିଥିଲେ ।
ଅନ୍ୟପଟେ ତଦନ୍ତ ଆରମ୍ଭରୁ ପ୍ରଥମେ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗକୁ ମଗାଯାଇଥିବା ତଥ୍ୟ ମିଳିନଥିଲା ବୋଲି କହିଥିଲା କ୍ରାଇମବ୍ରାଞ୍ଚ । ତେବେ ପୁଣି ଥରେ ସାନି ରିମାଇଣ୍ଡର ପଠାଇବା କଥା କହିଥିଲା କ୍ରାଇମବ୍ରାଞ୍ଚ । ତେବେ ଦେଖିବାର କଥା ହେଉଛି କମିଶନରେଟ ପୋଲିସ ଢଙ୍ଗରେ କ୍ରାଇମବ୍ରାଞ୍ଚ ଆଗକୁ ବଢୁଛି ନା ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories