Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ

Ritu Das
Browse all articles by Ritu Das
·1 year ago·1 min read
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛକ ନିକଟରେ । ଉଦଳା ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିବା ଜାନକୀ ପୃଷ୍ଟି ଆଜି ମଧ୍ୟାହ୍ନରେ ଡ୍ୟୁଟିରେ ଯୋଗ ଦେବା ନିମନ୍ତେ  ନିଜ ସ୍କୁଟିରେ ମଉଦା ଗ୍ରାମରୁ ଉଦଳା ମେଡିକାଲକୁ ଆସୁଥିଲେ। 

ହେଲେ ପିସିପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଲକ୍ଷ୍ମୀ ବସ୍ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସ୍କୁଟି ଭାଙ୍ଗି ଚୁରମାର ହୋଇଯାଇଛି । ଏହା ସହିତ ଷ୍ଟାଫ ନର୍ସ ଜାନକୀ ଗୁରୁତର ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ  ଜାନକୀଙ୍କର ଦୁଇ ଗୋଡ ଭାଙ୍ଗିଯିବା ସହିତ ମୁଣ୍ଡ ସମେତ ପୁରା ଶରୀରରେ ଗଭୀର କ୍ଷତ ହେବା ସହିତ ପ୍ରବଳ ରକ୍ତସ୍ରାବ ହୋଇଛି । ଖବର ପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ସ୍କୁଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakshmi Bus-Scooty | Argus News