Videos
|
Odisha

 ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଂ

Manini Pattanayak
Browse all articles by Manini Pattanayak
·2 years ago
 ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଂ

ମୟୂରଭଞ୍ଜ:  ଲକ୍ଷ୍ମୀ ବସରେ ଅସୁରକ୍ଷିତ ମହିଳା। କାରଣ ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ  ଷ୍ଟିୟରିଂ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ, ଦୁଗୁଧା ଏବଂ ପାଟସାଣିପୁର ଯାଉଥିବା ବସ ଉର୍ମଳ ଛକ ନିକଟରେ ଚାଲିଥିବା ରାସ୍ତାରୋକ ପାଖରେ ଅଟକିଥିଲା।

ସେଠାରେ ଲୋକେ ବସ ରଖିବାକୁ କହିଥିବା ବେଳେ ଡ୍ରାଇଭର ଗାଡି ରୁ ଓହ୍ଲାଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଗାଡି ରୁ ଓହ୍ଲାଇବା ପରେ ଡ୍ରାଇଭର ପୁରା ନିଶାସକ୍ତ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଡ୍ରାଇଭର ସହିତ ବସ କୁ ଥାନାକୁ ନେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: