Videos
|
Odisha

ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା, ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଏସଟି କମିଶନଙ୍କ ନୋଟିସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା, ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଏସଟି କମିଶନଙ୍କ ନୋଟିସ

ଅର୍ଗସ ବ୍ୟୁରୋ:  ଚନ୍ଦ୍ରପୁର ମା' ଘର କାମ କରୁଥିବା ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା। ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଏସଟି କମିଶନଙ୍କ ନୋଟିସ। ଦିଲ୍ଲୀରେ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ। ୧୭ ତାରିଖରେ ଏସଟି କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଶୁଣାଣି ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଟି କମିଶନ। ବିଜେପି ନେତା କାଳୀରାମ ମାଝୀଙ୍କ ଅଭିଯୋଗ ପରେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଏସଟି କମିଶନ। ଗତ ଡିସେମ୍ବର ମାସରେ ଚନ୍ଦ୍ରପୁର ମା' ଘରେ କାମ କରୁଥିବା ଲକ୍ଷ୍ମୀ ମାଝୀ କରାଯାଇଥିଲା ହତ୍ୟା। 

ଏବେ ଆସନ୍ତୁ ନଜର ପକାଇବା କଣ ଥିଲା ପୁରା ଘଟଣା। ରାୟଗଡା ହସପିଟାଲ ପରିସରରୁ ଉଦ୍ଧାର ହୋଇଥିଲା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତଦେହ। ଅତି ଜଘନ୍ୟ ଭାବେ ହତ୍ୟା କରି ଲକ୍ଷ୍ମୀଙ୍କୁ ପୋଡି ଦେଇଥିଲେ ଦୃବୁର୍ତ୍ତ। ଚନ୍ଦ୍ରପୁରର ମା ଘରେ କାମ କରୁଥିଲେ ଲକ୍ଷ୍ମୀ। ବିବାଦ ଘେରକୁ ଆସିଥୁଲେ ସ୍ବେଚ୍ଛାସେବୀ ସଂସ୍ଥା ଆଲିସାର ପରିଚାଳକ ନରସିଂହ ମହାପାତ୍ର । ଲକ୍ଷ୍ମୀଙ୍କୁ ହତ୍ୟା ପ୍ରତିବାଦରେ ରାୟଗଡାରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ହେଲେ ସେତେବଳେର ଆଇନମନ୍ତ୍ରୀ ତଥା ସେହି ରାୟଗଡା ଜିଲ୍ଲାର ଜଗନ୍ନାଥ ସାରକାଙ୍କ ଆଭିମୁଖ୍ୟକୁ ନେଇ ବଢିଥିଲା ସନ୍ଦେହ। ନାଁ ଲକ୍ଷ୍ମୀ ମାଝୀଙ୍କ ଘରକୁ ଗଲେ ନାଁ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଲେ। ବରଂ ସେହି ସମୟରେ ନାଚ ଗୀତର ଆସରରେ ମସଗୁଲ୍ ରହିଲେ ସେତେବେଳର ଆଇନମନ୍ତ୍ରୀ।

କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ ନାଁରେ ଘଣ୍ଟ ଘୋଡାଇଲେ । ନ୍ୟାୟ ନମିଳିବାରୁ ନିରାଶ ହୋଇ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇଥିଲେ ଲକ୍ଷ୍ମୀ ମାଝୀଙ୍କ ପରିବାର। ସିବିଆଇ ତଦନ୍ତ ଦାବି କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ବିଜେଡି ସରକାର ସମୟରେ ନ୍ୟାୟ ପାଇନଥିବା ସମସ୍ତ ପୀଡିତାଙ୍କୁ ମିଳିବ ନ୍ୟାୟ। ଏବେ ସ୍ମିତାରାଣୀଙ୍କ ପରେ ଲକ୍ଷ୍ମୀ ମାଝୀଙ୍କ ଫାଇଲ ଖୋଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: