Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଲକ୍ଷ୍ମୀ' ବସ୍‌ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
`ଲକ୍ଷ୍ମୀ' ବସ୍‌ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ

ଅର୍ଗସ ବ୍ୟୁରୋ:  ଭୋଟ୍ ପାଇଁ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବି ହୋଇଥିଲା । ହେଲେ ଏଥିରେ କେତେ ଦୁର୍ନୀତି ହୋଇଥିଲା ତାହା ଏବେ ସାମ୍ନା ଆସିବାରେ ଲାଗିଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ, ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । କିଛି ପଞ୍ଚାୟତକୁ ବସ୍ ଚାଲୁଥିବା ବେଳେ, ଏବେ ବି ଅନେକ ପଞ୍ଚାୟତକୁ ବସ୍ ଗଡ଼ି ନାହିଁ । ବ୍ଲକରେ ୫୮ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ, ତେଣ୍ଟୁଲୋଇ ଓ ଗଡମଣ୍ଡଳରେ ପୁରୁଣା ବସଷ୍ଟାଣ୍ଡରେ ରଙ୍ଗ ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ବାହାଳସାହି, କଣଲୋଇ, ଉଗୀ ଓ ତୁକୁଡାରେ ବସ୍‌ଷ୍ଟାଣ୍ଡ ନିର୍ମାଣକୁ ୬ ମାସ ନ ପୁରୁଣୁ ଏଠି ଟାଇଲସ୍ ଛାଡିଗଲାଣି । ଆଜି ବି କେନ୍ଦୁପଶି ,  ବଡବେରଣା, ବରପଦା ହାଟ, ବାଗଡିଆ ଓ ନୂଆଗାଁ ବସ୍‌ଷ୍ଟାଣ୍ଡ ଅଧପନ୍ତରିଆ ହୋଇ ରହିଛି । ସେହିପରି ଉଗୀ ଗାଁରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବି ବସ୍‌ ଯାଇନାହିଁ । ବିଜେଡି ସରକାରରେ ଯନ୍ତ୍ରୀ, ନେତା, ଠିକାଦାର ମିଳିମିଶି ଟଙ୍କା ଆତ୍ମସାତ୍‌ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।  ୫ ଲକ୍ଷ ୨୦ ହଜାରରେ ଗୋଟିଏ କାନ୍ଥକୁ ଫାଳିଏ ଛାତରେ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ସରକାର ବଦଳିଛି, ଏ ନୂଆ ବିଜେପି ସରକାର ଏ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lakshs of rupees were loot in the name of ``Lakshmi'' bus stand | Argus News