Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ମାତିଛନ୍ତି ମାଟି ଲୁଟେରା 

Manini Pattanayak
Browse all articles by Manini Pattanayak
·2 years ago
ରାଜଧାନୀରେ ମାତିଛନ୍ତି ମାଟି ଲୁଟେରା 

ଭୁବନେଶ୍ୱର:  ରାଜଧାନୀରେ ମାତିଛନ୍ତି ମାଟି ଲୁଟେରା । ଗୋଠପାଟଣା ଜଙ୍ଗଲ ଜମିରୁ ଜୋର ଜବରଦସ୍ତ ବେଆଇନ ଭାବରେ ମାଟି ଉଠା ଯାଉଥିବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ । ଗତକାଲି ରାତିରୁ 11ଟି ଗାଡିକୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା ।  ଯେଉଁଥିରେ 10ଟି ଓଡ଼ିଶାର ଗାଡ଼ି ଥିବା ବେଳେ ଗୋଟିଏ ୱେଷ୍ଟ ବେଙ୍ଗଲର ଗାଡ଼ି ରହିଛି ।

ଗାଡ଼ିଗୁଡ଼ିକ ଅଟକ ରହିଥିଲେ ମଧ୍ୟ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସେପଟେ ପ୍ରାୟ ସବୁ ସମୟରେ ବାରମ୍ବାର ଏହି ସ୍ଥାନରୁ ଖଡ଼ି ପଥର, ମାଟି ଏବଂ ମୋରମ ଚୋରି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବେଆଇନ୍ ଭାବରେ ଚାଲାଣକୁ ରୋକିବା ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ମାଇନିଂ ଅଧିକାରୀ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Land grabbers have been killed in the capital, Local residents have stopped 11 vehicles since last night | Argus News