Odisha Parba / "ଭାଷା ନ ବଞ୍ଚିଲେ ସାହିତ୍ୟ ବଞ୍ଚିବ ନାହିଁ''

Key Points
ଦେଶ ରାଜଧାନୀ ଦିଲ୍ଲୀରେ ଫରଫର ହୋଇ ଉଡୁଛି ଓଡ଼ିଆ ଅସ୍ମିତା ଆଉ ସ୍ବାଭିମାନର ନେତ । ଓଡ଼ିଆ ଚାଲିଚଳଣି, ଆଚାର ବ୍ୟବହାର, ଖାଦ୍ୟ ପାନୀୟର ମହକରେ ମହକୁଛି ଦିଲ୍ଲୀ ଦରବାର । କାହିଁକି ନା ଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ । ତିନିଦିନିଆ ଏହି କାର୍ଯ୍ୟକ୍ରମ, ବିଶେଷ କରି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ପର୍ବ ନୁହେଁ ବରଂ ଗର୍ବ ।
ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଛି ୩ ଦିନିଆ ‘ଓଡ଼ିଶା ପର୍ବ -୨୦୨୬ । ଆଜି ଓଡିଶା ପର୍ବର ଦ୍ବିତୀୟ ଦିନରେ “ଭାଷା ଓଡ଼ିଶା”କୁ ନେଇ ନୂଆଦିଲ୍ଲୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଆ ଲୋକଙ୍କ ଏକମତ ହେବା ପାଇଁ ଶବ୍ଦକୋଷର ନିହାତି ଆବଶ୍ୟକ ଉପରେ ଗୁରୁତ୍ବାରୋପ କରାଯାଇଛି। Ncert ପ୍ରଫେସର ଡ.ରାମାନୁଜମ ମେଘନାଥମ ଙ୍କ ନେତୃତ୍ୱ ରେ ହୋଇଥିବା ଆଲୋଚନା ଚକ୍ରରେ ଲେଖକ ଡ. ଅରବିନ୍ଦ ରାୟ ଏବଂ ଡ. ବସନ୍ତ ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ।
ଏହି ଅବସରରେ ଡ. ଅରବିନ୍ଦ ରାୟ ଓଡ଼ିଆ ଭାଷା ଉପରେ ଆଲୋଚନା କରିଥିଲେ। ସେ ଆଉ ମଧ୍ୟ କହିଛନ୍ତି, “ଚଢ଼େଇ ମାନେ ସେମାନଙ୍କ ଧ୍ବନୀ ବୁଝିପାରନ୍ତି”। ଭାଷା ସୃଷ୍ଟି ଆରମ୍ଭରୁ ଅଛି। ଓଡ଼ିଶାର ଭାଷା ବହୁତ ପୁରୁଣା। ଓଡ଼ିଆ ଭାଷା ବିଷୟରେ ଗୋଟିଏ କଥା କହିବାକୁ ଗଲେ ପ୍ରତ୍ୟେକ ପ୍ରାଣୀର ସ୍ବର ଯନ୍ତ୍ର ଥାଏ ସେଥିରୁ ଯେଉଁ ଧ୍ବନି ବାହାରେ ତାହା ହେଉଛି ଭାଷା। ମୁଖରୁ ଯାହା ବାହାରେ ତାହା ହେଉଛି ଭାଷା। ଆମର ମଧ୍ୟ ଅନେକ ଭାଷା ରହିଛି। ଆମ ଓଡ଼ିଆ ଗୋଷ୍ଠୀ ଆମ ମୁଖରୁ ଯେଉଁ ଶବ୍ଦ ବାହାରେ ତାହାକୁ ଜଣେ ଓଡ଼ିଆ ଲୋକ ହିଁ ବୁଝିପାରେ। ସେହିପରି ଜଣେ ତାମିଲ ଲୋକଙ୍କ ଧ୍ବନୀ ଜଣେ ତାମିଲ ଲୋକ ହିଁ ବୁଝି ପାରିବ। ସବୁ ଭାଷା ଗୋଷ୍ଠୀର ନିର୍ଦ୍ଦିଷ୍ଟ ଶୃଙ୍ଖଳା ଥାଏ। ତେବେ ଓଡ଼ିଆ ଲୋକଙ୍କ ଏକମତ ହେବା ପାଇଁ ଗୋଟିଏ ଶବ୍ଦ କୋଷର ନିହାତି ଆବଶ୍ୟକ। ଓଡ଼ିଶାର ଗାଁ ଗଣ୍ଡା ସହର ସବୁଠି ଓଡ଼ିଆ ଭାଷାର ବ୍ୟବହାର କମି ଯାଉଛି। ବ୍ୟାଙ୍କ ହେଉ କଲେଜ ସବୁଠି ଓଡ଼ିଆ ପରିବର୍ତ୍ତେ ଇଂରାଜୀ କହୁଛୁ।
ଏହା ବି ପଢନ୍ତୁ: ଓଡ଼ିଶା ପରମ୍ପରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପ୍ରୟାସ
ଓଡ଼ିଆ ଭାଷା ବହୁ ପ୍ରାଚୀନ। ଆମେ ଜାଣିଛେ ଆମ ପୁରାଣ, ବେଦରେ ଓଡ଼ିଆ ଭାଷାର ବ୍ୟବହାର କରାଯାଇଛି। କିନ୍ତୁ ଆମକୁ ଆମ ପ୍ରାଚୀନ ଭାଷାକୁ ବଞ୍ଚାଇବାକୁ ପଡ଼ିବ। ଭାଷା ନୁହେଁ ସାହିତ୍ୟ କଥା ଯଦି ଭାବିବା ଆମକୁ ନିରାଶ ହେବାକୁ ପଡ଼େ। କାରଣ ପଞ୍ଚଦଶ ଶତାବ୍ଦୀ ବେଳକୁ ମାଟିରେ ଜନ୍ମ ନେଇଥିବା ଶାରଳା ଦାଶ ମହାଭାରତ ଲେଖିସାରିଥିଲେ। ଷୋଡଶ ଶତାବ୍ଦୀ ବେଳକୁ ଜଗନ୍ନାଥ ଦାସ ଭାଗବତ ଲେଖିସାରିଥିଲେ। କିନ୍ତୁ ତା’ ସତ୍ତ୍ବେ ବି ଆମକୁ ନିରାଶ ହେବାକୁ ପଡ଼େ ଯେତେବେଳେ ଆମେ ସାମ୍ପ୍ରତିକ ସାହିତ୍ୟ କଥା ଚିନ୍ତା କରିବା। ଭାଷା ନ ବଞ୍ଚିଲେ ସାହିତ୍ୟ ବଞ୍ଚିବ ନାହିଁ ବୋଲି ଆଲୋଚନାରେ ଚର୍ଚ୍ଚା ହୋଇଥିଲା। ଆଜିର ଏଆଇ ଦୁନିଆରେ ମଧ୍ୟ ଓଡ଼ିଆ ଭାଷା ପ୍ରବେଶ କରାଇବା ଉଚିତ।
📱 Get Argus News App
✨Related Topics
Explore more stories