Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Parba / ଓଡ଼ିଶା ପରମ୍ପରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପ୍ରୟାସ

Ritu Das
Browse all articles by Ritu Das
·4 months ago·2 min read
ଓଡ଼ିଶା ପରମ୍ପରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପ୍ରୟାସ
India

Key Points

ଓଡ଼ିଶାପର୍ବରେ ଓଡ଼ିଆ ଓଡ଼ିଆ ମହକୁଛି ଦିଲ୍ଲୀ। ଚାରିଆଡେ ଓଡ଼ିଆ ଲୋକଙ୍କ ଖଚାଖଚ ଗହଳି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇସାରିଛି ଭାରତର ଗର୍ବ 'ଓଡ଼ିଶା ପର୍ବ ୨୦୨୬' ।
ଦିଲ୍ଲୀ(Mar-13): ଓଡ଼ିଶାପର୍ବରେ ଓଡ଼ିଆ ଓଡ଼ିଆ ମହକୁଛି ଦିଲ୍ଲୀ। ଚାରିଆଡେ ଓଡ଼ିଆ ଲୋକଙ୍କ ଖଚାଖଚ ଗହଳି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇସାରିଛି ଭାରତର ଗର୍ବ 'ଓଡ଼ିଶା ପର୍ବ ୨୦୨୬' । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଆ ପରିଚୟର ମୂଳଦୁଆ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଆୟୋଜିତ ଏହି ପର୍ବ ଆମ ଅସ୍ମିତାକୁ ପୁନଃସ୍ଥାପିତ କରିବାର ଏକ ମହାନ ଅବସର ଆଣି ଦେଇଛି । ଓଡ଼ିଶା ପର୍ବର ଏହି ମଞ୍ଚ ଆଜି ଜାତୀୟ ସ୍ତରରେ ସ୍ୱତନ୍ତ୍ର ସ୍ୱୀକୃତି ଲାଭ କରିଛି । ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ବିଶିଷ୍ଟ ନେତୃବୃନ୍ଦ ଏଥିରେ ସାମିଲ ହୋଇ ଆମ ସଂସ୍କୃତିର ଗୌରବକୁ ବୃଦ୍ଧି କରିଛନ୍ତି ।"

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ 'ଓଡ଼ିଆ ସମାଜ' ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମର ଐତିହ୍ୟ, ସଂସ୍କୃତି ଏବଂ ସେହି ଅସ୍ମିତାର ଏକ ବିରାଟ ମହାକୁମ୍ଭ ।

ଜାତୀୟ ରାଜଧାନୀ ଦିଲ୍ଲୀରୁ ପ୍ରତିଟି ଓଡ଼ିଆକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ କରିଛନ୍ତି । ସେ କହିଛନ୍ତି ଯେ ଅପାର ସମ୍ଭାବନା ଥିବା ଓଡ଼ିଶା ଭୂମିକୁ ଆମକୁ ଆତ୍ମନିର୍ଭର ବନେଇବାକୁ ପଡ଼ିବ । ପ୍ରଥମ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ଅବସରରେ ଅର୍ଗସ ଡିଜିଟାଲର ଏଡିଟର ସଂଗ୍ରାମ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଆଉ ଏହାର ଉତ୍ତର ରଖିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଝଲସିବ ଓଡ଼ିଶାର ଗୌରବ…ଜେଏଲଏନ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ‘ଓଡ଼ିଶା ପର୍ବ-୨୦୨୬’

ପ୍ରଶ୍ନ: ଦିଲ୍ଲୀରେ ଯେତେବେଳେ ଓଡ଼ିଆ ମାନେ ଏକାଠି ହେଉଛନ୍ତି ଆପଣଙ୍କୁ କଣ ଅନୁଭବ ହୁଏ ଓଡ଼ିଆ ଭାବେ?

ଉତ୍ତର: ଓଡ଼ିଶାର ପରମ୍ପରାକୁ ଏବଂ ଓଡ଼ିଶାର ସଂସ୍କୃତିକୁ ରାଷ୍ଟ୍ରୀୟ ରାଜଧାନୀରେ ଲୋକ ଜାଣନ୍ତୁ ଏହା ହେଉଛି ଏହି ପର୍ବର ମୂଳ ଉଦ୍ଦେଶ୍ୟ। ଓଡ଼ିଆ ନାଚ, ଗୀତ, ଟେକ୍ସଟାଇଲ, ହ୍ୟାଣ୍ଡଲୁମ, ହ୍ୟାଣ୍ଡିକ୍ରାଫ୍ଟ, ଖ୍ୟାଦ୍ୟପେୟର ବିଶେଷ ବ୍ୟବସ୍ଥା କରାଯାଇଛି। ବହୁତ ଭଲ ଲାଗୁଛି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି।

ପ୍ରଶ୍ନ: ଦିଲ୍ଲୀରେ ପାଖାପାଖି ୧୬ଲକ୍ଷ ଓଡ଼ିଆଭାଇ ଭଉଣୀ ରହୁଛନ୍ତି। ଓଡ଼ିଆଙ୍କୁ ଯୋଡ଼ିବାର ସବୁଠୁ ଅଧିକ ପ୍ରୟାସ କାହିଁକି କରନ୍ତି।

ଉତ୍ତର: ଏହା ଆମର ଦାୟିତ୍ବ। ଓଡ଼ିଆ ଲୋକମାନଙ୍କୁ ନେଇ ଆମେ ଯେତେବେଳେ ୨୦୩୬ର ଲକ୍ଷ୍ୟ ରଖି ଚାଲୁଛନ୍ତି। ସେଥିପାଇଁ ଆମେ ବିକଶିତ ଓଡ଼ିଶା କରିବା। ବିକଶିତ ଭାରତ କରିବା। ଓଡ଼ିଶାକୁ ବଡ଼ କରିବାକୁ ପଡ଼ିବ। ପ୍ରତି ନାଗରିକଙ୍କ ଦାୟିତ୍ବ ଭାବେ ଓଡ଼ିଶାକୁ ଆହୁରି ଉଚ୍ଚକୁ ନେବାକୁ ପଡ଼ିବ।

ପ୍ରଶ୍ନ: ଗତବର୍ଷ ଓଡ଼ିଶାପର୍ବ ବେଶୀ ଜମୁଥିଲା କି?

ଉତ୍ତର: ପ୍ରତିବର୍ଷ ନୂଆ ରୂପରେ ଓଡ଼ିଶା-ପର୍ବ ଆସୁଛି। ଏହା ହେଉଛି ନବମ ସଂସ୍କରଣ। ଆଗାମୀ ଦିନରେ ଏହା ଆହୁରି ଭବ୍ୟ ହେବ। ପ୍ରତିବର୍ଷ ଭଳି ଆହୁରି ଲୋକଙ୍କ ଭିଡ଼ ହେବ। ସତରେ ଓଡ଼ିଶାପର୍ବରେ ଓଡ଼ିଆ ଓଡ଼ିଆ ବାସୁଛି ଦିଲ୍ଲୀ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଆରମ୍ଭ ହେଲା 'ଓଡ଼ିଶା ପର୍ବ ୨୦୨୬', ଦୁଇଟି ଥିମରେ ଆଲୋଚନା ଚକ୍ର ଅନୁଷ୍ଠିତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Tradition to Reach Delhi Darbar: Major Cultural Promotion Initiative | Argus News