Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ ନିଷ୍ପତ୍ତି

Odisha

ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ ନିଷ୍ପତ୍ତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ସହ ବାରମ୍ବାର ଖେଳ। ରତ୍ନ ଭଣ୍ଡାର ଲୁଟ ଅପବାଦରୁ ବଞ୍ଚିବା ପାଇଁ ନୂଆ ଷଡ଼ଯନ୍ତ୍ର । ରତ୍ନ ଭଣ୍ଡାର ବାହାର ପାର୍ଶ୍ଵର ଲେଜର ସ୍କାନିଂ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ।  ହେଲେ ଅସୁରକ୍ଷିତ ରତ୍ନଭଣ୍ଡାର ଖୋଲିବାକୁ ଅମଙ୍ଗ ରାଜ୍ୟ  ସରକାର । ଜନ ଆକ୍ରୋଶରୁ ବର୍ତ୍ତିବାକୁ ଲେଜର ସ୍କାନିଂର ଢାଲ। ଯାହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସମୀରଙ୍କ ଅଭିଯୋଗ ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାଁନ୍ତି ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ସମୀର ମହାନ୍ତି। ମରାମତି ପାଇଁ ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ପୋଲ୍ ଖୋଲିଯିବ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।

୫ ବର୍ଷ ତଳୁ ଜଣାପଡିଲାଣି ଅସୁରକ୍ଷିତ ରହିଛି ରତ୍ନଭଣ୍ଡାର ।  କିନ୍ତୁ ଥରକୁ ଥର ବିଭିନ୍ନ ଆଳରେ ସମୟ ଗଡାଇ ଚାଲିଛନ୍ତି ରାଜ୍ୟ ସରକାର।  ଅସୁରକ୍ଷିତ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅନୁମତି ଦେବାକୁ ଗତବର୍ଷ ଅଗଷ୍ଟ ୮ ତାରିଖରେ ଚିଠି ଲେଖିଥିଲା ଏଏସଆଇ । କୋର୍ଟରେ ମଧ୍ୟ ନିଜ ସତ୍ୟପାଠରେ ଅସୁରକ୍ଷିତ ରତ୍ନଭଣ୍ଡାରକୁ ନେଇ ନିଜ ପକ୍ଷ ରଖି ସାରିଛି ଏଏସଆଇ । ହେଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ଦିଗରେ ସମ୍ବେଦନଶୀଳତା ଦେଖେଇବା ପରିବର୍ତ୍ତେ କରୁଛନ୍ତି ନୂଆ ନୂଆ ଡ୍ରାମା। ଆସନ୍ତା ୨୮ ତାରିଖରୁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଲେଜର ସ୍କାନିଂ ହେବ। ୭ ଦିନ ସ୍କାନିଂ ପରେ ଆନାଲିସିସ ରିପୋର୍ଟ ଦେବ ଏଏସଆଇ । ପ୍ରଶ୍ନ ଉଠୁଛି ଯଦି ରତ୍ନଭଣ୍ଡାର କାନ୍ଥ ଫାଟ ପାଣି ଜମୁଛି ତାହେଲେ ମରାମତି ବଦଳରେ ସ୍କାନିଂ କଣ ପାଇଁ  ?

ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ଅମଙ୍ଗ। ଅନ୍ୟପଟେ ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ବେଶ ତତ୍ପର ରାଜ୍ୟ ସରକାର।  ବଡ ପ୍ରଶ୍ନ, ସମୟ ଗଡାଇବା ପଛରେ ରତ୍ନଚୋରି ଧରାପଡିବାର ଭୟ କି ? ଭଣ୍ଡରରେ ରତ୍ନ ଅଛି ନା ନାହିଁ ? ସ୍ପଷ୍ଟୀକରଣ ଦେବେ କି ରାଜ୍ୟ ସରକାର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Laser scanning decision instead of ratnabhandar opening | Argus News