|
logo
Live

Argus News - ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଲା

Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଲା

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଲା

ଅର୍ଗସ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି। ଏଏସଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଗତକାଲି 37ଟି ପଏଣ୍ଟରେ ଓ ଆଜି 12ଟି ପଏଣ୍ଟରେ ଲେଜର୍ ସ୍କାନିଂ ଶେଷ ହୋଇଛି। ସମୁଦାୟ 49ଟି ପଏଣ୍ଟରେ ଏହି ଲେଜର୍ ସ୍କାନିଂ ଶେଷ ହୋଇଥିବା ସୂଚନା ମିଳିଛି। ତେବେ ଲେଜର ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ। ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। 

ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଣ୍ଟେଣ୍ଡେଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି।‌ ସେପଟେ ଆସନ୍ତାକାଲି ଅନ୍ୟ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଲା | Argus News