Videos
|
Odisha

Subhadra Yojana Last Date / ଆସିଲା ବଡ଼ ଖବର: ପୁଣି ମିଳିବ ସୁଭଦ୍ରା ଟଙ୍କା

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଆସିଲା ବଡ଼ ଖବର: ପୁଣି ମିଳିବ ସୁଭଦ୍ରା ଟଙ୍କା
Subhadra Yojana Last Date

Key Points

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର
ପଞ୍ଜୀକରଣ ପାଇଁ ଶେଷ ତାରିଖ ଆଜି
ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ମିଳିବ ଡବଲ କିସ୍ତି
ପୁଣି ମିଳିବ ସୁଭଦ୍ରା ଟଙ୍କା। ପଞ୍ଚମ କିସ୍ତି ଶିଘ୍ର ପାଇବେ ହିତାଧିକାରୀ। ତେବେ କେବେ ମିଳିବ ଏବଂ ଯେଉଁମାନେ ପାଇନାହାନ୍ତି ୪ ଦିନ ଭିତରେ ଆବେଦନ ନକଲେ ଆଉ ହେବନି ବୋଲି ଏଭଳି କିଛି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ ସ୍କିମ୍‌ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ଏବେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାରେ ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା ।

ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ମଧ୍ୟ ହୋଇଥିଲା । ଅନ୍ୟପଟେ ଆଜି ସରୁଛି ଆବେଦନର ଶେଷ ତାରିଖ। ମାନେ ଆଜି ଯଦି ଆପଣ ସୁଭଦ୍ରା ନୂତନ ପଞ୍ଜୀକରଣ ନକରିବେ ତେବେ ଆଉ ଆପଣଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ। ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଅର୍ଥାତ୍‌ ଏପ୍ରିଲ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି ।ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ କେବଳ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ ।

ଏଥିସହ ପଢ଼ନ୍ତୁ: ଏହି ଦିନ ପୁଣି ମିଳିବ ସୁଭଦ୍ରା ଟଙ୍କା ? କିଛି ପାଇନଥିଲେ ଆଜି କରନ୍ତୁ ଆବେଦନ, ନହେଲେ...

ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ । ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର, ଆମ ସେବା କେନ୍ଦ୍ର ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ପରେ ପୁନଃସମୀକ୍ଷା ବେଳେ କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories