Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡୁଛନ୍ତି ଶ୍ରୀଜୀଉ

Smruti Parija
Browse all articles by Smruti Parija
·1 year ago
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡୁଛନ୍ତି ଶ୍ରୀଜୀଉ

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡୁଛନ୍ତି ଶ୍ରୀଜୀଉ । ଆରମ୍ଭ ହେଲା ପହଣ୍ଡି । ନୀଳକନ୍ଦରକୁ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ରଥରୁ ବାହାରି ରତ୍ନବେଦୀକୁ ବିଜେ ହେଲେ ରାମକୃଷ୍ଣ ଓ ମଦନମୋହନ । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ,ପରେ ବଡଭାଇ ବଳଭଦ୍ର,ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ ।

ନିଜର ନବବିବାହିତା ଧର୍ମପତ୍ନୀ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ।  ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ ।

ଆହୁରି ପଢନ୍ତୁ ରଥଯାତ୍ରା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
last-phase-of-rathayatra-niladribije | Argus News