Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ ଉଦ୍ୟମ

Odisha

ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ ଉଦ୍ୟମ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ ଉଦ୍ୟମ

ମୟୁରଭଞ୍ଜ :  ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଆସିଲେ । ବ୍ୟାଙ୍କ କାନ୍ଥ ସିନ୍ଧି କରି ବ୍ୟାଙ୍କ ଭିତରେ ପଶିଲେ ହେଲେ ଲୁଟି ନ ପାରି ଅଧାରୁ ଚାଲିଗଲେ । କପ୍ତିପଦା ଥାନା ଶାଳଚୁଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଏଭଳି ଘଟଣା। ଆଜି ସକାଳୁ ବ୍ୟାଙ୍କ କାନ୍ଥରେ ସିନ୍ଧି ହୋଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସଟର ଖୋଲିଥିଲେ। ସଟର ଖୋଲିବା ପରେ ସାମ୍ନାକୁ ଆସିଥିଲା ଲୁଟେରାଙ୍କ କାରସାଦି।

ଅଧିକ ପଢନ୍ତୁ : ଶିବ ମନ୍ଦିରରୁ 3 ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଲୁଟେରାମାନେ ବ୍ୟାଙ୍କ ପଛପାଖ କାନ୍ଥ ସିନ୍ଧି କରି ବ୍ୟାଙ୍କରେ ପଶିବା ପରେ ସିସିଟିଭି ଭାଙ୍ଗିଛନ୍ତି। ଏହା ପରେ ଲୁଟେରାମାନେ ଷ୍ଟ୍ରଙ୍ଗରୁମ ଚାବି ଭାଙ୍ଗିଥିଲେ ସୁଦ୍ଧା ଷ୍ଟ୍ରଙ୍ଗ ରୁମ ଖୋଲି ନ ପାରି ଫେରି ଯାଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Late night bank robbery attempt | Argus News