ତାଜା ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ
୨- ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ..... କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇରେ ଓଡ଼ିଶାର ଚାଷୀଙ୍କୁ ବଡ଼ ଭେଟି ଦେବେ ବିଜେପି ସରକାର। ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
୩- ବରିଷ୍ଠ IAS ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ… ଟି.ଭି. ସୋମନାଥନଙ୍କ ସ୍ଥାନ ନେବେ ତୁହିନକାନ୍ତ ପାଣ୍ଡେ...1987 ବ୍ୟାଚ୍ର ଓଡ଼ିଶା କ୍ୟାଡର୍ IAS ହେଉଛନ୍ତି ତୁହିନକାନ୍ତ… ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଛନ୍ତି
୪- ଭୋପାଳରୁ ଆସିଲା ସ୍ୱାବ୍ ରିପୋର୍ଟ, ପୁରୀ, ପିପଲି ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ
୫- ସମ୍ବଲପୁରରେ ଲଜ୍ଜା । ଯୁବତୀଙ୍କୁ ଦୁଷ୍କର୍ମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ .....ଭିଡିଓରେ ଯୁବକ ମାନେ ସମ୍ବଲପୁରୀ ଭାଷାରେ କଥା ହେଉଛନ୍ତି......ସେପଟେ ଏହି ଭାଇରଲ ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି.....ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ
୬- ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଦୌଡିବ ଏହି ଟ୍ରେନ୍.....ଏଥିପାଇଁ ସମସ୍ତ ପ୍ରକ୍ରିୟା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି.....ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ଏହି ଏକ୍ସପ୍ରେସ
୭- ଲକ୍ଷ୍ନୌ ଟ୍ରାନ୍ସପୋର୍ଟ ନଗରରେ ଅଘଟଣ...କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହେବାସହ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି ...ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି...ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି..ଘଟଣାସ୍ଥଳରେ NDRF ଓ SDRF ଟିମ ଖୋଜଖୋଜି ଜାରି ରଖିଛନ୍ତି
୮- ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତକୁ ଆଉ ଦୁଇଟି ପଦକ, ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି....ପୁରୁଷ ଜାଭେଲିନ ଥ୍ରୋ ଏଫ୪୧ ବିଭାଗରେ ନଭଦୀପ ସିଂ ସ୍ବର୍ଣ୍ଣ ଜିତିବା ସହ ଧାବିକା ଶିମ୍ରନ ଶର୍ମା କାଂସ୍ୟ ପଦକ ଜିତିଛନ୍ତି
୯- କୋଲକାତା କେସ୍କୁ ନେଇ ନିର୍ମାଣ ହେବ ଫିଲ୍ମ....ପରଦାରେ ଦେଖାଯିବ ରିୟଲ କାହାଣୀ...ବଙ୍ଗଳା ନିର୍ଦ୍ଦେଶକ ଅତୁଲ ଅସଲାମ `ଦାନବ' ନାମକ ଏକ ଫିଲ୍ମ ଘୋଷଣା କରିଛନ୍ତି
୧୦- ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ......ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଆଜି ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର