Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାଜା ଖବର ସଂକ୍ଷେପରେ...

Odisha

ତାଜା ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ତାଜା ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଆଜି କଳାହାଣ୍ଡି ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ଵରୀଙ୍କ ପୀଠରେ ଲାଗି ହେଲା ନବାନ୍ନ....ସକାଳ ୮ଟା ୨୦ ମିନିଟରୁ ୯ଟା୪୦ ମଧ୍ୟରେ ନବାନ୍ନ ଲାଗି ହୋଇଛି.....
୨- ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ....ବିମାନବନ୍ଦର ସମ୍ମୁଖରୁ 24 କେଜି ସୁନା ଅଳଙ୍କାର ଜବତ କରିଛି CT GST .ଜବତ ସୁନା ଅଳଙ୍କାର ଭିତରୁ 4 କେଜି ସୁନାର ତଥ୍ୟ ପାଉନି CT GST ବିଭାଗ
୩-କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ.....ବାର୍ଡ ଫ୍ଲୁ ପ୍ରଭାବିତ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଭଳି ଅଞ୍ଚଳରେ 3 ମାସ ଧରି ହୋଇପାରିବ ନାହିଁ କୁକୁଡ଼ା ଚାଷ
୪- ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’...ପ୍ରତି ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ର ହେବ ଆୟୋଜନ...ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ କରାଯିବ ସଚେତନ...ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଦିଆଯିବ ଆଖ୍ୟା
୫- ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି । ଘରେ ଘରେ ସୁଭଦ୍ରା ଯୋଜନା ନାରା ବେଶ ଭାଇରାଲ ହେଉଛି....ସମଗ୍ର ରାଜ୍ୟରେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ୪୫ ଲକ୍ଷ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି
୬- ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ...ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଜୋରଦାର୍ ପ୍ରସ୍ତୁତି...ଭୁବନେଶ୍ବର ଜନତା ମୈଦାନରେ ପିଏମଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ଲକ୍ଷାଧିକ ମହିଳା...ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଡିଜିପି
୭- ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଜେଲ୍ ନା ବେଲ୍...ମଦ ଦୁର୍ନୀତି ମାମଲାରେ ସିଏମଙ୍କୁ ଜାମିନ ମିଳିବ କି ନାହିଁ ଆଜି ହେବ ଫୈସଲା...ଆବେଦନ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
୮- ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି......ଆସନ୍ତା ୨ରୁ ୩ ଦିନ ଲାଲୁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
୯- ପ୍ରଭାସଙ୍କ ‘ବାହୁବଳୀ’କୁ କଡ଼ା ଟକ୍କର ଦେବ JR NTRଙ୍କ ‘ଦେବରା’! କରଣ ଜୋହର ଏହି କଥାକୁ ନେଇ ଦାବି କରିଛନ୍ତି ଯେ, ଜୁନିୟର ଏନଟିଆର ଲଗାତାର ହିନ୍ଦୀ ଭାଷାରେ ନିଜ ଲୋକପ୍ରିୟତା ହାସଲ କରୁଛନ୍ତି...... ସେଥିପାଇଁ ଦେବରା ମୁଭି ସୁପରହିଟ ହେବ
୧୦- ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଆଖପାଖରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି.....ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ.....ପ୍ରଭାବରେ ଆଜିଠାରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Latest news | Argus News