Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାଜା ଖବର ସଂକ୍ଷେପରେ

Odisha

ତାଜା ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ତାଜା ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ଜନ୍ମଦିନରେ ରାଜ୍ୟର ମହିଳାଙ୍କୁ ମୋଦିଙ୍କ ସୁଭଦ୍ରା ଉପହାର .... ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ଯୋଜନାର ପ୍ରଥମ କିସ୍ତି ଟଙ୍କା ... ଭୁବନେଶ୍ବରରେ ବଟନ୍ ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପିଏମ ମୋଦି .... ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କାର ସୁଭଦ୍ରା ସହାୟତା 
୨-ସୁଭଦ୍ରାକୁ ନେଇ ସାରା ରାଜ୍ୟରେ ଉତ୍ସାହ....ଉପକୂଳରୁ ଉପାନ୍ତ ଏବଂ ସହରରୁ ଗାଁ ସବୁଠି ଉତ୍ସାହର ମାହୋଲ.....ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୋହନ ମାଝୀ ଙ୍କୁ ଦେଲେ ଧନ୍ୟବାଦ 
୩-ଓଡ଼ିଶାରେ କଣ ନାହିଁ ବୋଲି ପଚାରିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି.....ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି ।୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳିବ। ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ମୋଦି ତାଙ୍କ ଗ୍ୟାରେଣ୍ଟି ପୁରା କରି ଦେଖାଉଛନ୍ତି ବୋଲି ନିଜେ କହିଲେ ପ୍ରଧାନମନ୍ତ୍ରୀ।  
୪-ଭୁବନେଶ୍ବର ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧୀକାରୀଙ୍କ ଘର ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ .... ପରିବାର ସହ କଲେ ଆଲୋଚନା....୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ମିଳିଲା ଯୋଜନାର ପ୍ରଥମ କିସ୍ତି
୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି। ଏଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆଜିର ଦିନ ଆମ ପାଇଁ ବହୁତ ଶୁଭ କାରଣ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ଏଥି ସହ ଶାହ, ମୋଦି ସରକାରଙ୍କ ୧୦୦ ଦିନର କାର୍ଯ୍ୟକୁ ନେଇ ଏକ ବୁକଲେଟ୍ ଜାରି କରିଥିଲେ.....ମୋଦି ସରକାର ଗରିବ କଲ୍ୟାଣ ଲାଗି ତତ୍ପର ଏବଂ ସୁରକ୍ଷିତ ଭାରତ ନିର୍ମାଣ ଲାଗି ବଡ଼ ପଦକ୍ଷେପ ନିଆଯାଇଛି।
୬- ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ....ଏହି ରୋକ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ହେବ....ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ। 
୭-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କଲେ କେଜରିଓ୍ବାଲ.....ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବୋଲି ଆପର ସମ୍ମତି କ୍ରମେ ଘୋଷଣା ହେଲା
୮- ଜନ୍ମ ହାର ହ୍ରାସ ପାଉଛି, ତେଣୁ ପୁଟିନଙ୍କ ସରକାର ଯୁବକମାନଙ୍କୁ ପୁରସ୍କାର ଦେବାର ଏକ ବ୍ୟବସ୍ଥା କରିଛନ୍ତି......ସନ୍ତାନ ଜନ୍ମ କଲେ ୯ ଲକ୍ଷ ପୁରସ୍କାର ଦିଆଯିବ ବୋଲି ପୁଟିନ ସରକାର ଘୋଷଣା କରିଛନ୍ତି
୯- ମା’ ହେବା ପରେ ପ୍ରଥମ କରି ଝିଅ ସହ ନଜର ଆସିଲେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ
୧୦- ୨୩ରେ ପୁଣି ଲଘୁଚାପ.....ଏବେ ପାଗ ଶୁଖିଲା ଥିବାବେଳେ ୨୨ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Latest news | Argus News