Videos
|
Odisha

Vigilance Raid / ଅଫିସ୍‌ରୁ ବାସଭବନକୁ ଯାଉଥିଲେ ତହସିଲଦାର୍; ସ୍କର୍ପିଓରୁ ମିଳିଲା ₹୫ ଲକ୍ଷ ଟଙ୍କା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଅଫିସ୍‌ରୁ ବାସଭବନକୁ ଯାଉଥିଲେ ତହସିଲଦାର୍; ସ୍କର୍ପିଓରୁ ମିଳିଲା ₹୫ ଲକ୍ଷ ଟଙ୍କା
₹5 Lakh Seized From Lathikata Tehsildar

Key Points

ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲ
ସ୍କର୍ପିଓରେ ୫ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଲେ
ଅଫିସରୁ ଫେରିବା ବାଟରେ ନଗଦ ଟଙ୍କା ସହ ଧରିଲା ଭିଜିଲାନ୍ସ
ତହସିଲଦାରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ
ରାଉରକେଲା: ଭିଜଲାନ୍ସ ପଞ୍ଝାରେ ତହସିଲଦାର । ଗାଡ଼ିରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା । ସୁନ୍ଦରଗଡ଼଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାରଙ୍କ ଠାରୁ ଭିଜିଲାନ୍ସ ୫ ଲକ୍ଷ ଟଙ୍କା ଜବତ କରିଛି । ତାହା ବି ତହସିଲଦାର ତାଙ୍କ କାର୍ଯ୍ୟାଳୟରୁ ଭଡ଼ାରେ ଆଣିଥିବା ସ୍କର୍ପିଓରେ ବାସଭବନକୁ ଫେରିବା ବେଳେ ।

ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲଙ୍କ ଗାଡ଼ିରୁ ଭିଜିଲାନ୍ସ ଲକ୍ଷାଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ତହସିଲଦାର କାର୍ଯ୍ୟାଳୟରୁ ସ୍କର୍ପିଓରେ ଘରକୁ ଫେରୁଥିଲେ । ଫେରିବା ବାଟରେ ତହସିଲାଦର ମୁରଲୀଧରଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ଟିମ୍‌ର ଛାନଭିନ୍ ବେଳେ ସ୍କର୍ପିଓରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଲକ୍ଷାଧିକ ଟଙ୍କା କେଉଁଠୁ, କ'ଣ ପାଇଁ ତହସିଲଦାର ନେଇ ଯାଉଥିଲେ ? ସେନେଇ ଭିଜିଲାନ୍ସକୁ ତହସିଲଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଫଳରେ ଭିଜିଲାନ୍ସ ୫ ଲକ୍ଷ ଟଙ୍କା ଜବତ କରିଛି ।

ଏଥିସହ ପଢ଼ନ୍ତୁ: ହାତ ବାନ୍ଧି ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟିଲେ ଦୋକାନୀ; ପ୍ଲାଟଫର୍ମରେ ଛିଡ଼ା ହୋଇ ଦେଖୁଥିଲେ ସମସ୍ତେ 

ବିଶ୍ଵସ୍ତ ସୂତ୍ରରୁ ଭିଜିଲାନ୍ସକୁ ସୂଚନା ମିଳିଥିଲା ଯେ, ଲାଠିକଟା ତହସିଲଦାର ଏକ ଭଡ଼ା ଗାଡ଼ିରେ ୫ ଲକ୍ଷ ଟଙ୍କା ନେଇ ଯାଉଛନ୍ତି । ଖବର ପାଇ ଭିଜିଲାନ୍ସ ଟିମ୍ ଲାଠିକଟା ନିକଟ ରାଜାବସା ଛକରେ ସ୍କର୍ପିଓଟିକୁ ଅଟକାଇ ଯାଞ୍ଚ କରିଥିଲା । ଆଉ ଗାଡ଼ିରୁ ମିଳିଥିଲା ନଦଗ ୫ ଲକ୍ଷ ଟଙ୍କା ।

ତେବେ ଏହି ଟଙ୍କାର ଉତ୍ସ ସମ୍ପର୍କରେ ଲାଠିକଟା ତହସିଲଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ଜବତ କରିବା ସହ ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲ ଯାଉଥିବା ଗାଡ଼ିକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ମୁରଲୀଧର ଉର୍ମାଲଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ । ଲାଠିକଟା ତହସିଲ୍ ଅଫିସ୍ ସହ ରାଉରକେଲା ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି । ଆଗକୁ ତହସିଲଦାରଙ୍କ ଅନ୍ୟ ସମ୍ପତ୍ତି ବାବଦରେ ଭିଜିଲାନ୍ସ ରେଡ୍ ପରେ ଜଣାପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: