Videos
|
Crime

Railway Station Assault / ହାତ ବାନ୍ଧି ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟିଲେ ଦୋକାନୀ; ପ୍ଲାଟଫର୍ମରେ ଛିଡ଼ା ହୋଇ ଦେଖୁଥିଲେ ସମସ୍ତେ

Sushanta Sahoo
Browse all articles by Sushanta Sahoo
·53 mins ago·2 min read
ହାତ ବାନ୍ଧି ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟିଲେ ଦୋକାନୀ; ପ୍ଲାଟଫର୍ମରେ ଛିଡ଼ା ହୋଇ ଦେଖୁଥିଲେ ସମସ୍ତେ
Man Tied Up and Beaten at Bhubaneswar Railway Statio

Key Points

ହାତ ବାନ୍ଧି ଦେଲେ, ତଳେ ପକାଇ ପଶୁ ଭଳି ପିଟି ଚାଲିଲେ । ସମସ୍ତେ ଦେଖୁଥିଲେ, କିନ୍ତୁ କେହି ରୋକି ନଥିଲେ । କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ ଚାଲିଥିଲା ବର୍ବରତା ।
ଭୁବନେଶ୍ଵର: ଭିଡ଼ ଭିତରେ ମାଡ଼ । ହାତ ବାନ୍ଧି ଦେଲେ, ତଳେ ପକାଇ ପଶୁ ଭଳି ପିଟି ଚାଲିଲେ । ସମସ୍ତେ ଦେଖୁଥିଲେ, କିନ୍ତୁ କେହି ରୋକି ନଥିଲେ । କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ ଚାଲିଥିଲା ବର୍ବରତା । ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟୁଥିଲେ ଦୋକାନୀ । ତାହା ପୁଣି ବ୍ୟସ୍ତ ବହୁଳ ଭୁବନେଶ୍ଵର ରେଲୱେ ଷ୍ଟେସନ ପରିସରରେ ।

ଏବେ ଉକ୍ତ ମାଡ଼ ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ୧ ନମ୍ବର ପ୍ଲାଟଫର୍ମରେ ଥିବା ଏକ ଦୋକାନର ଜିନିଷ ପତ୍ର ଏଣେତେଣେ ପଡ଼ିଛି । ଜଣେ ଯୁବକଙ୍କ ହାତକୁ ପିଠି ପଛରେ ବାନ୍ଧି ଦେଇ ତଳେ ପକାଇ ଦେଇଛନ୍ତି । ଦୋକାନୀ ଜଣଙ୍କ ହାତରେ ଏକ ବାଡ଼ି ଧରି ଯୁବକଙ୍କୁ ମାଡ଼ ମାରୁଛନ୍ତି ।

ଏଥିସହ ପଢ଼ନ୍ତୁ: ହାଣ୍ଡିଶାଳରୁ ଲୁହ ଗଡ଼ାଉଛି ପିଆଜ, ସପ୍ତାହରେ କିଲୋ ପିଛା ଦର ୩୦ ଟଙ୍କା ବୃଦ୍ଧି 

ପ୍ଲାଟଫର୍ମରେ ଏକ ଟ୍ରେନ୍ ଛିଡ଼ା ହୋଇଛି । ଶତାଧିକ ଯାତ୍ରୀ ବି ଅଛନ୍ତି । କିନ୍ତୁ କେହି ପ୍ରତିବାଦ କରୁ ନାହାନ୍ତି । ଦୋକାନୀ ଜଣଙ୍କ ତାଙ୍କ ରାଗ ଶାନ୍ତ ହେଲା ପର୍ଯ୍ୟନ୍ତ ନିର୍ଧୁମ୍ ପିଟି ଚାଲିଛନ୍ତି । ବ୍ୟସ୍ତ ବହୁତ ଭୁବନେଶ୍ଵର ରେଲୱେ ଷ୍ଟେସନରେ ମାନସିକ ବିକାରଗ୍ରସ୍ତଙ୍କୁ ଦୋକାନୀ ମାଡ଼ ମାରି ଚାଲିଥିବା ବେଳେ କୌଣସି ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁନି ।

ଭୁବନେଶ୍ୱର ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଏଭଳି ସ୍ପର୍ଶକାତର ଘଟଣା ପୁଣି ଥରେ ବାଲିଅନ୍ତାରେ ଭିଡ଼ ସୌମ୍ୟଙ୍କୁ ହତ୍ୟା କରିବା ଘଟଣା ମନେ ପକାଇ ଦେଉଛି । ଏବେ ଭିଡିଓ ଭାଇରାଲ୍ ହେବା ପରେ ଭୁବନେଶ୍ଵର ଜିଆରପି ଥାନା ପୋଲିସ ମାମଲା ରୁଜୁ କରିଛି । ଘଟଣାଟି ଅଗଷ୍ଟ ୧୦ ତାରିଖର ବୋଲି ଜଣାପଡ଼଼ିଛି । ମାନସିକ ବିକାରଗ୍ରସ୍ତ ଜଣଙ୍କ ଦୋକାନୀଙ୍କ ଜିନିଷପତ୍ର ତଳେ ପକାଇ ଦେବାରୁ ଅମାନୁଷିକ ଭାବେ ଏଭଳି ପିଟିଥିବା ଜଣାପଡ଼ିଛି ।

ଭୁବନେଶ୍ଵର ଜିଆରପି ଥାନାର କେସ ନମ୍ବର-୧୬୮/୨୬, ବିଏନଏସ୍ ଧାରା ୧୨୭ (୨) , ୧୧୫ (୨) , ୨୯୬ (ବି) , ୩୫୧ (୨) ଓ ୩ (୫)ରେ ମାମଲା ରୁଜୁ କରାଯାଇଛି । ତେବେ ଘଟଣା ୧୦ ତାରିଖରେ ଘଟିଥିବା ବେଳେ ଜିଆରପି ଆପୋଷ ବୁଝାମଣା କରି ସେତେବେଳେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ବୈତରଣୀ ପାୱାର ପ୍ରୋଜେକ୍ଟର ବେପାରୁଅ କାର୍ଯ୍ୟ, ମନଇଚ୍ଛା ଗେଟ୍ ଖୋଲିବାରୁ ତଳିଆ ଅଞ୍ଚଳରେ ବାରମ୍ବାର ବନ୍ୟା 

ଏବେ ଭିଡିଓ ଭାଇରାଲ୍ ପରେ ଜିଆରପି ମାମଲା ରୁଜୁ କରିଛି । ମାନସିକ ବିକାରଗ୍ରସ୍ତ ଯୁବକ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତାଲିଗାଁର ଭରତ ବେହେରା । ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ଅଞ୍ଚଳରେ ହାତ ବାନ୍ଧି ତଳେ ପକାଇ ମାଡ଼ ମରାଯିବାକୁ ଜିଆରପି କିଭଳି ଏତେ ହାଲୁକାରେ ନେଇଥିଲା ତାକୁ ନେଇ ବି ପ୍ରଶ୍ନ ଉଠୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: